ମୁମ୍ବାଇ: ‘ୟେ ରିସ୍ତା କ୍ୟା କହଲାତା’ ଫେମ ହୀନା ଖାନ ଲକଡାଉନ ପାଇଁ ଦୀର୍ଘ ସମୟରୁ ଘରେ ଅଛନ୍ତି । ହେଲେ ଏହାସହ ସେ ଫ୍ୟାନ୍ସଙ୍କ ସହିତ କନେକ୍ଟ ରହିବା ପାଇଁ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ହୋଇଯାଇଛନ୍ତି । ସେ ନିଜର ମଦାଜାର ଭିଡିଓ, ଥ୍ରୋବ୍ୟାକ ଫଟୋ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରୁଛନ୍ତି । ନିକଟରେ ସେ ବଲିଉଡରେ ଚାଲିଥିବା ପରିବାରବାଦ ଉପରେ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ଆସିଥିଲେ । ଆଉ ଏବେ ବୟଫ୍ରେଣ୍ଡ ରକି ଜସୱାଲଙ୍କ ସହ ଫଟୋ ସେୟାର କରି ଚର୍ଚ୍ଚାରେ।
ବୟଫ୍ରେଣ୍ଡଙ୍କ ସହ ସପିଂ କରିବାରେ ମାତିଛନ୍ତି ହୀନା - ମାସ୍କ ପିନ୍ଧି ବୟଫ୍ରେଣ୍ଡଙ୍କ ସହ ମଲରେ ବୁଲୁଛନ୍ତି ହିନା ଖାନ
ମାସ୍କ ପିନ୍ଧି ବୟଫ୍ରେଣ୍ଡଙ୍କ ସହ ମଲରେ ବୁଲୁଛନ୍ତି ହୀନା ଖାନ । ସୋସିଆଲ ମିଡିଆରେ ଭାଇରାଲ ହେଲା ତାଙ୍କ ଫଟୋ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିନା ଖାନ
ସେ ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ରକିଙ୍କ ସହ ମାସ୍କ ପିନ୍ଧି ସପିଂ କରୁଥିବାର ଦେଖାଯାଉଛନ୍ତି । ସେହିପରି ଫଟୋର ମଜାଦାର କ୍ୟାପସନ ମଧ୍ୟ ଲେଖିଛନ୍ତି। ବର୍ତ୍ତମାନ ତାଙ୍କ ଏହି ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ପ୍ରକାଶ ଥାଉକି ହିନା ନିଜ ପର୍ସନାଲ ଲାଇଫକୁ ନେଇ ବହୁତ ଓପନ । ସେ ପ୍ରାୟତଃ ସୋସିଆଲ ମିଡିଆରେ ବୟଫ୍ରେଣ୍ଡ ରକିଙ୍କ ସହ ଫଟୋ ସେୟାର କରୁଥିବାର ନଜର ଆସନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ ବିବାହକୁ ନେଇ ଖୁଲାସା କରିଥିଲେ । ସେ ଦୁଇ ବର୍ଷ ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି କହିଥିଲେ।