ମୁମ୍ବାଇ: ଏଥର ଲାଗୁଛି ବଲିଉଡରେ ବିବାହ ଋତୁ ଚାଲିଛି । କାରଣ ପ୍ରାୟତଃ ସେଲିବ୍ରିଟିଙ୍କ ବିବାହକୁ ନେଇ ନୂଆ ନୂଆ ଖବର ସାମ୍ନାକୁ ଆସୁଛି । କିଛି ଦିନରୁ ଚର୍ଚ୍ଚାରେ ନେହା କକ୍କରଙ୍କ ବିବାହ ଥିବାବେଳେ ଗାୟକ ଆଦିତ୍ୟ ନାରାୟଣ ଆସନ୍ତା ଡିସେମ୍ବରରେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ବିବାହ କରିବାକୁ ଯାଉଛନ୍ତି । ଇତିମଧ୍ୟରେ ସେକ୍ସୀ ଅଭିନେତ୍ରୀ ତଥା ‘ବିଗବସ 7’ ବିଜେତା ଗୌହର ଖାନଙ୍କ ବିବାହକୁ ନେଇ ଚାଲିଛି ଚର୍ଚ୍ଚା ।
ମ୍ୟୁଜିକ କମ୍ପୋଜର ଇସ୍ମାଇଲ ଦରବାରଙ୍କ ପୁଅ ଜୈଦଙ୍କୁ ବିବାହ କରିବେ ଗୌହର। ଏହି ଚର୍ଚ୍ଚା ସେହି ସମୟରୁ ଜୋର ଧରିଥିଲା ଯେବେ ଇନଷ୍ଟାଗ୍ରାମରେ ଗୌହର ଫଟୋ ଓ ଭିଡିଓର ଏକ ସିରିଜ ପୋଷ୍ଟ କରିଥିଲେ ।