ଓଡିଶା

odisha

ETV Bharat / sitara

ପ୍ରଶଂସକଙ୍କୁ ସୁରକ୍ଷିତ ରହିବାକୁ ଡାଏନା ପେଣ୍ଟିଙ୍କ ବାର୍ତ୍ତା - ଡାଏନା ପେଣ୍ଟିଙ୍କ ଇନଷ୍ଟାଗ୍ରାମ ପୋଷ୍ଟ

ଭାଇରାଲ ହେଲା ଡାଏନାଙ୍କ ନୂଆ ଫଟୋ । ଯାହାକୁ ସେୟାର କରି ସୁରକ୍ଷିତ ରହିବାକୁ କହିଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଡାଏନା ପେଣ୍ଟି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଡାଏନା ପେଣ୍ଟି

By

Published : Apr 16, 2021, 7:56 AM IST

ମୁମ୍ବାଇ: ଅଭିନେତ୍ରୀ ଡାଏନା ପେଣ୍ଟି ଗୁରୁବାର ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଫ୍ୟାନ୍ସଙ୍କୁ ସକରାତ୍ମକ ରହିବାକୁ ବାର୍ତ୍ତା ଦେଇଛନ୍ତି। ବର୍ତ୍ତମାନ ଭାଇରାଲ ହେଉଛି ତାଙ୍କ ଏହି ପୋଷ୍ଟ । କୋରୋନାର ବଢୁଥିବା ପ୍ରକୋପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ଆଉ ଏଭଳି ପରିସ୍ଥିତିରେ ନିଜ ନିଜ ଫ୍ୟାନ୍ସଙ୍କୁ ସୁରକ୍ଷିତ ରହିବାକୁ ସୋସିଆଲ ମିଡିଆରେ କହୁଥିବାର ନଜର ଆସୁଛନ୍ତି ସେଲିବ୍ରିଟି । ଏହି କ୍ରମରେ ସାମିଲ ଅଛନ୍ତି ଡାଏନା ।

ସେ ଇନଷ୍ଟାଗ୍ରାମ ନିଜର ଏକ ମର୍ଣ୍ଣିଂ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ମୁଁ ସମସ୍ତଙ୍କୁ ଭର୍ଚୁଆଲ ଆଲିଙ୍ଗନ କରୁଛି । ସକରାତ୍ମକ ରୁହନ୍ତୁ । ମାସ୍କ ସହ ସୁରକ୍ଷିତ ରୁହନ୍ତୁ ।’ ସେହିପରି ଏହି ଫଟୋରେ ଦେଖିବାକୁ ମିଳୁଛି ଡାଏନା ହାତରେ ଚା' କପ ଧରି ସୂର୍ଯ୍ୟକିରଣରେ ବସିଥିବାର । ଦେଖନ୍ତୁ ଫଟୋ...

ଯଦି ତାଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ସାଉଥ ଷ୍ଟାର ଦୁଲକର ସଲମାନଙ୍କ ସହ ଏକ ମାଲାୟାଲମ ଫିଲ୍ମରେ ଡେବ୍ୟୁ କରିବେ। ଯାହାକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ସେହିପରି ଡାଏନା ନିର୍ଦ୍ଦେଶକ କୁନାଲ ଦେଶମୁଖଙ୍କ ଆଗାମୀ ବଲିଉଡ ଫିଲ୍ମ ‘ସିଦ୍ଦତ୍‌’ରେ ନଜର ଆସିବେ । ତାଙ୍କ ସହ ଏହି ଫିଲ୍ମରେ ମୋହିତ ରୈନା ଓ ରାଧିକା ମଦାନଙ୍କୁ ଦେଖିବାକୁ ମିଳିବ ।

ABOUT THE AUTHOR

...view details