ମୁମ୍ବାଇ: ଗତ ଫେବୃଆରୀ 15ରେ ବୈଭବ ରେଖୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ସୁନ୍ଦରୀ ଅଭିନେତ୍ରୀ ଦିୟା ମିର୍ଜା । ବର୍ତ୍ତମାନ ବିବାହର ଦେଢ ମାସ ପରେ ସେ ଗର୍ଭବତୀ ଅଛନ୍ତି । ନିକଟରେ ଏହି ଖୁସି ଖବର ସେ ସୋସିଆଲ ମିଡିଆରେ ଦେଇଥିଲେ । ତାଙ୍କ ବନ୍ଧୁ ଓ ଫ୍ୟାନ୍ସ ଏହି ଖବର ଶୁଣି ଖୁସି ଥିବା ବେଳେ ଟ୍ରୋଲର୍ସ କିନ୍ତୁ ରାଗିଯାଇଛନ୍ତି । ଆଉ ତାଙ୍କ ଏହି ଘୋଷଣା ପରଠୁ ତାଙ୍କୁ ଖୁବ୍ ଟ୍ରୋଲ କରୁଛନ୍ତି । ଟ୍ରୋଲର୍ସଙ୍କ ଅନୁଯାୟୀ ଦିୟା ବିବାହ ପୂର୍ବରୁ ଏହି ସୂଚନା କାହିଁକି ଦେଲେନାହିଁ । ଯାହା ଠିକ୍ କଥା ନୁହେଁ । ଇତିମଧ୍ୟରେ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଛନ୍ତି ଅଭିନେତ୍ରୀ ।
କଥାଟି ହେଲା ପୂଜା ନାମକ ଜଣେ ୟୁଜର ତାଙ୍କୁ ଏହାର ଶୁଭେଚ୍ଛା ଜଣାଇ ଏକ ପୋଷ୍ଟରେ ଲେଖିଥିଲେ, ‘ଭଲ କଥା । ଶୁଭେଚ୍ଛା କିନ୍ତୁ ଗୋଟିଏ ସମସ୍ୟା ହେଲା ଯେ ତୁମ ବିବାହରେ ମହିଳା ପଣ୍ଡିତକୁ ସାମିଲ କରି ସମସ୍ତଙ୍କ ପୁରୁଷ ପ୍ରାଧାନ୍ୟ ଷ୍ଟେରିଓଟାଇପ୍କୁ ଭାଙ୍ଗିବାକୁ ଚେଷ୍ଟା କଲ । ହେଲେ ନିଜ ଗର୍ଭବତୀ କଥା ବିବାହ ପୂର୍ବରୁ କାହିଁକି ଜଣାଇଲ ନାହଁ । କାରଣ ସମସ୍ତଙ୍କୁ ଜଣା ଅଛି ଯେ ବିବାହ ପୂର୍ବରୁ ଜଣେ ମହିଳା ଗର୍ଭବତୀ ହୋଇପାରିବ ନାହିଁ । ଏହି ଷ୍ଟେରିଓଟାଇପ୍କୁ କାହିଁକି ସମସ୍ତଙ୍କୁ ମନରୁ ଦୂର କଲନି ।’