ଓଡିଶା

odisha

By

Published : Jan 9, 2021, 4:04 PM IST

ETV Bharat / sitara

ଚିଟ୍ ମିଲରେ କଣ ଖାଆନ୍ତି ଦୀପିକା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନିଜ ଲାଇଫର କିଛି ସ୍ପେଶାଲ କଥା ଖୁଲାସା କଲେ ଦୀପିକା । ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇ ଚର୍ଚ୍ଚାରେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ମୁମ୍ବାଇ: ନୂଆ ବର୍ଷରେ ନିଜ ସୋସିଆଲ ମିଡିଆର ସବୁ ପୋଷ୍ଟ ଡିଲିଟ କରି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ଦୀପିକା ପାଦୁକୋନ । ଏବେ ସେ ପୁଣିଥରେ ଆକ୍ଟିଭ ହୋଇଯାଇଛନ୍ତି । ଆଉ ଫ୍ୟାନ୍ସଙ୍କ ପ୍ରଶ୍ନ ଉତ୍ତର ଦେବା ଆରମ୍ଭ କରିଦେଇଛନ୍ତି । ପ୍ରଶ୍ନ ଉତ୍ତର ସେଶନରେ ଦୀପିକା ଜଣାଇଛନ୍ତି ଏମିତି ଅନେକ କଥା ଯାହା ତାଙ୍କ ଜୀବନ ସହ ସମ୍ପୃକ୍ତ । ଯେମିତି କି କେଉଁ ଜିନିଷ ଅଛି ଯାହା ବିନା ସେ ରହିପାରନ୍ତି ନାହିଁ, ଶେଷଥର ସେ ଗୁଗଲରେ କଣ ସର୍ଚ୍ଚ କରିଥିଲେ । ଏହାବ୍ୟତୀତ ତାଙ୍କ ଚିଟ୍ ମିଲ ଏବଂ ନିଜ ଜୀବନରେ ସେ କେଉଁମାନଙ୍କୁ ଅଧିକ ନିକଟତର ଭାବୁଛନ୍ତି । ଏପରି ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ସେ । ତେବେ ଆସନ୍ତୁ ଜାଣିବା ତାଙ୍କ ପ୍ରଶ୍ନ ଉତ୍ତର ସେଶନର କିଛି କଥା...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ପ୍ରଥମେ ଦୀପିକା ନିଜର ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ବିନା ମେକଅପରେ ନଜର ଆସୁଛନ୍ତି । ଯାହାପରେ ଜଣେ ଫ୍ୟାନ୍ସ ପଚାରିଥିଲେ ଏମିତି କେଉଁ ଜିନିଷ ଅଛି ଯାହା ବିନା ଆପଣ କେବେ ରହିପାରିବେ ନାହିଁ । ଏହାର ଉତ୍ତରରେ ସେ ବ୍ରାଉନିର ଫଟୋ ପୋଷ୍ଟ କରିଥିଲେ ।

ସେହିପରି ସେ କ୍ୟାମେରାରେ ନିଜର ଉଠାଇଥିବା ପ୍ରଥମ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ପିଲାବେଳେ ସାଇକେଲ ଚଲାଉଥିବାର ଦେଖାଯାଉଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ଆଉ ଗୁଗଲରେ ଶେଷଥର ସେ ସର୍ଚ୍ଚ କରିଥିଲେ ଗ୍ଲୋଭସର ସାଇଜ କିପରି ମପାଯାଏ । ଅଭିନେତ୍ରୀଙ୍କ ଚିଟ୍ ମିଲ ହେଲା ବିରିୟାନି । ସବୁବେଳେ ଫିଟ୍ ରହୁଥିବା ଦୀପିକା ବେଳେ ବେଳେ ବିରିୟାନି ଲୁଚି ଖାଇଦିଅନ୍ତି । କାରଣ ସେ ବିରିୟାନି ଖାଇବାକୁ ଖୁବ୍ ପସନ୍ଦ କରନ୍ତି । ଅନ୍ୟପଟେ ଦୀପିକା ସ୍ବାମୀ ରଣବୀର ସିଂଙ୍କ ବ୍ୟତୀତ ଭଉଣୀ ଅନୀଶାଙ୍କୁ ନିଜର ଅଧିକ ନିକଟତର ଭାବନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ABOUT THE AUTHOR

...view details