ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ରେ ଦେଶର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣକୁ ପ୍ରଶଂସା କରିବା ପରେ ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରଧାନମନ୍ତ୍ରୀଙ୍କ କଥାରେ ଖୁସି ବ୍ୟକ୍ତ କରିଛନ୍ତି।
ଦୀପିକା ପିଏମଙ୍କ ଏକ ଟ୍ବିଟ ସେୟାର କରିଛନ୍ତି ଯେଉଁଥିରେ ସେ ରବିବାର ଦିନ ପ୍ରସାରିତ ହେଉଥିବା ରେଡିଓ କାର୍ଯ୍ୟକ୍ରମରୁ କିଛି ସ୍ନିପେଟ୍ ପୋଷ୍ଟ କରିଥିଲେ । ଆଉ ଏହାକୁ ପୋଷ୍ଟ କରି ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦ୍ବାରା ଦୁନିଆରେ ପରିବର୍ତ୍ତନ ଆଣିବା ବିଷୟରେ ଏକ ଶକ୍ତିଶାଳୀ ବାର୍ତ୍ତା ମଧ୍ୟ ଦେଇଛନ୍ତି ।
ଆଉ ଟ୍ବିଟରେ ଲେଖିଛନ୍ତି, ‘ଆପଣ ବିଶ୍ବରେ ଦେଖିବାକୁ ଚାହୁଁଥିବା ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହୁଅନ୍ତୁ । ମହାତ୍ମା ଗାନ୍ଧୀଙ୍କ ସେହି ଶବ୍ଦ ଅବିଶ୍ବସନୀୟ ମହିଳାଙ୍କ ପାଇଁ ଏବଂ ବିଶ୍ବର ପ୍ରତ୍ୟେକ ମହିଳାଙ୍କ କଷ୍ଟସାଧ୍ୟ ନୁହେଁ ।’
ସେହିପରି ସେ ଏହି ଟ୍ବିଟରେ ‘ନାରୀଶକ୍ତି’, ‘ମନ କି ବାତ୍’, ‘ପିଏମଓଇଣ୍ଡିଆ’ ଭଳି ଟ୍ୟାଗ ୱାର୍ଡ ମଧ୍ୟ ଦେଇଛନ୍ତି । ପ୍ରକାଶ ଥାଉକି ମୋଦି ରବିବାର ଦିନ ‘ମନ କି ବାତ୍’ କାର୍ଯ୍ୟକ୍ରମର 73 ତମ ଏପିସୋଡ ଏବଂ 2021 ବର୍ଷର ପ୍ରଥମ ଏପିସୋଡକୁ ସମ୍ବୋଧିତ କରିଥିଲେ । ବିଭିନ୍ନ ବିଭାଗକୁ ଶୁଭେଚ୍ଛା ଜଣାଇବା ଏବଂ ଦେଶର ଅନେକ ଗୁରୁତ୍ବପୂର୍ଣ୍ଣ ଘଟଣା ଉପରେ ଆଲୋକପାତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଦେଶର ମହିଳାମାନଙ୍କର ଅଂଶଗ୍ରହଣ ବୃଦ୍ଧି ଉପରେ ଆଲୋଚନା ମଧ୍ୟ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ