ଡେରାଡୁନ୍ : ଏବେ ଚର୍ଚ୍ଚାରେ ଅଭିନେତ୍ରୀ ଚିତ୍ରାଂଶି ରାୱତ । 'ଚକ ଦେ ଇଣ୍ଡିଆ' ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ କରି ବଲିଉଡରେ ଏକ ଏଣ୍ଟ୍ରି କରିଥିବା ଡେରାଡୁନ୍ ନିବାସୀ ଅଭିନେତ୍ରୀ ଚିତ୍ରାଂଶି ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହାର କାରଣ ହେଉଛି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ।
ବାସ୍ତବରେ, ଚିତ୍ରାଂଶିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଚିରାଫଟା ଜିନ୍ସ ପିନ୍ଧିଥିବାର ନଜର ଆସିଛନ୍ତି । ଚିତ୍ରାଂଶିଙ୍କ ପିତାଙ୍କ ନାମ ମଧ୍ୟ ତୀରଥ ସିଂହ ରାୱତ । ଯାହାକୁ ନେଇ ୟୁଜର୍ସ ଭାବୁଛନ୍ତି ଯେ, ଯେ ଚିତ୍ରାଂଶି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥଙ୍କ ଝିଅ ।
ନିକଟରେ ,ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ନିଜ ବୟାନକୁ ନେଇ ବିବାଦ ମଧ୍ୟକୁ ଟାଣି ହୋଇଯାଇଥିଲେ । ସେ ମହିଳାଙ୍କ ପୋଷାକ ଫଟା ଜିନ୍ସ ଉପରେ ବୟାନ ଦେଇ ଚର୍ଚ୍ଚାରେ । ଯାହାକୁ ନେଇ ତାଙ୍କୁ ସୋସିଆଲ ମିଡ଼ିଆରେ ଅନେକ ପ୍ରତିକ୍ରିୟା ସାମ୍ନା କରିବାକୁ ପଡୁଛି ।