ଓଡିଶା

odisha

ETV Bharat / sitara

କରନଙ୍କୁ ବିପାଶାଙ୍କ ସ୍ପେଶାଲ ବର୍ଥଡେ ୱିଶ

ଭାଇରାଲ ହେଲା ବିପାଶା ଓ କରନଙ୍କ ମାଳଦ୍ବୀପ ଫଟୋ । ସୋସିଆଲ ମିଡିଆରେ ସ୍ବାମୀଙ୍କୁ ବର୍ଥଡେ ୱିଶ କଲେ ପତ୍ନୀ । ଅଧିକ ପଢନ୍ତୁ...

By

Published : Feb 23, 2021, 3:08 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିପାଶା ବାସୁ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିପାଶା ବାସୁ

ମୁମ୍ବାଇ: ଫେମସ ଆକ୍ଟର କରନ ସିଂ ଗ୍ରୋଭର ଆଜି 39 ବର୍ଷ ବୟସରେ ପାଦ ଥାପିଛନ୍ତି । ପ୍ରଥମେ ମଡେଲିଂ ପରେ ଟିଭି ଆଉ ବଲିଉଡରେ ପଦାର୍ପଣ କରିଥିଲେ କରନ । ଆଜି ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ ଶୁଭେଚ୍ଛା ଦେବାରେ ଲାଗିଛନ୍ତି ଫ୍ୟାନ୍ସ ଓ ଫ୍ରେଣ୍ଡ। ହେଲେ ସ୍ବାମୀ କରନଙ୍କୁ ସ୍ପେଶାଲ ଅନ୍ଦାଜରେ ବର୍ଥଡେ ୱିଶ କରିଛନ୍ତି ବ୍ଲାକ ବ୍ୟୁଟି ବିପାଶା ବାସୁ । ଏହି ଯୋଡି ମାଳଦ୍ବୀପରେ ବର୍ଥଡେ ସେଲିବ୍ରେଟ କରୁଥିବାର ଆସୁଛନ୍ତି ନଜର । ଯାହାର ଅନେକ ଫଟୋ, ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।

ସେପଟେ କରନଙ୍କ ସହ ନିଜର ଏକ ସୁନ୍ଦର ଫଟୋ ପୋଷ୍ଟ କରି କ୍ୟାପସନରେ ବିପାଶା ଲେଖିଛନ୍ତି, ‘ବର୍ଷର ଏହା ମୋର ଦ୍ବିତୀୟ ପ୍ରିୟ ଦିନ। ହାପି ବର୍ଥଡେ କରନ । ଆଇ ଲଭ ୟୁ ।’

ପ୍ରକାଶ ଥାଉକି 2016 ଏପ୍ରିଲ 30ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ କରନ ଓ ବିପାଶା । ବିବାହ ପରଠୁ ଏହି ଯୋଡି ଚର୍ଚ୍ଚାରେ ରହିଆସୁଛନ୍ତି । ବିପାଶାଙ୍କ ପୂର୍ବରୁ କରନ ଦୁଇ ଥର ବିବାହ କରିସାରିଥିଲେ । ସେ ଯାହା ବି ହେଉ କରନ ଓ ବିପାଶା ବଲିଉଡର ଚର୍ଚ୍ଚିତ କପଲ ମଧ୍ୟରେ ଅନ୍ୟତମ । ପ୍ରାୟତଃ ଦୁଇଜଣଙ୍କ ପ୍ରେମ ପରସ୍ପର ପ୍ରତି ଦେଖିବାକୁ ମିଳିଥାଏ।

ABOUT THE AUTHOR

...view details