ଓଡିଶା

odisha

ETV Bharat / sitara

ଫିଲ୍ମରେ ସାମାଜିକ ବାର୍ତ୍ତା ଦେବାକୁ ଭଲ ପାଆନ୍ତି ଭୂମି - ଭୂମି ପେଡନେକରଙ୍କ ଆଗାମୀ ଫିଲ୍ମ ଦୁର୍ଗାବତୀ

ଦର୍ଶକଙ୍କ ପାଇଁ ସବୁବେଳେ ଭଲ ପ୍ରସଙ୍ଗଯୁକ୍ତ ଫିଲ୍ମ ଆଣିବାକୁ ପସନ୍ଦ କରନ୍ତି ଭୂମି । ସେ ଚାହାଁନ୍ତି ତାଙ୍କ ଫିଲ୍ମ ଦ୍ବାରା ସମସ୍ତେ କିଛି ନା କିଛି ବାସ୍ତବ ଜୀବନରେ ଶିଖନ୍ତୁ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Nov 20, 2020, 10:50 AM IST

ମୁମ୍ବାଇ: ନିଜ ଫିଲ୍ମରେ ପ୍ରଗତିଶୀଳ ଭୂମିକାରେ ଅଭିନୟ କରି ପ୍ରଶଂସକ ଓ କ୍ରିଟିକ୍ସଙ୍କ ଦ୍ବାରା ବହୁ ପ୍ରଶଂସା ଲାଭ କରିଥିବା ଅଭିନେତ୍ରୀ ଭୂମି ପେଡନେକର ଚର୍ଚ୍ଚାରେ । ସେ ଗୁରୁବାର ଆଲୋଚନା କରିଥିଲେ ଯେ ଦର୍ଶକଙ୍କୁ ବାର୍ତ୍ତା ଦେବା ଭଳି ଫିଲ୍ମ ଏବଂ ଭୂମିକା ସବୁବେଳେ ଖୋଜନ୍ତି । କାରଣ ସେ ଚାହାଁନ୍ତି ଦର୍ଶକ ଫିଲ୍ମ ଦ୍ବାରା ବାସ୍ତବ ଜୀବନରେ କିଛି ଭଲ ଜିନିଷ ଶିଖନ୍ତୁ ।

ଏହି ବିଷୟରେ ଆଲୋଚନା କରି କହିଥିଲେ, ‘ମୁଁ ଭାବୁଛି ମୋର ଫିଲ୍ମ ଦର୍ଶକଙ୍କୁ ମନୋରଞ୍ଜନ କରାଇବା ସହ ଏକା ସାଙ୍ଗରେ ଦର୍ଶକଙ୍କୁ ଏକ ଚିନ୍ତାଧାରା ସହିତ ସମ୍ପୃକ୍ତ କରିବାକୁ ଚେଷ୍ଟା କରେ । ଯାହାଦ୍ବାରା ସେମାନଙ୍କର ଚିନ୍ତାଧାରା ଭଲରେ ପରିବର୍ତ୍ତନ ହୁଏ । ମୋର ଅଧିକାଂଶ ଫିଲ୍ମ ସାମାଜିକ ପ୍ରସଙ୍ଗ ଉପରେ ଆଧାରିତ ହୋଇଥାଏ । ଯଦିଓ ଆପଣ ପତି ପତ୍ନୀ ୱୌ ପରି ଏକ ଫିଲ୍ମ ବିଷୟରେ ଭାବନ୍ତି, ଯେଉଁଥିରେ ମନୋରଞ୍ଜନର ଖୁରାଖ ନଥିଲା । ହେଲେ ସ୍ପଷ୍ଟ ଭାବେ ଆପଣ ଦେଖିପାରିଥିଲେ ଯେ ଆପଣଙ୍କୁ ବିବାହର ସାମାଜିକ ଚାପର ସମ୍ମୁଖୀନ ହେବାକୁ ପଡିବ ନାହିଁ । ବିବାହରେ ରହିବା ମଧ୍ୟ ମହିଳାଙ୍କ ପସନ୍ଦ ହେବା ଦରକାର । ଏଥିପାଇଁ ମୁଁ ସବୁବେଳେ ଏହି ଭଳି ପ୍ରସଙ୍ଗ ଉପରେ ଆଧାରିତ ଫିଲ୍ମରେ କାମ କରିବାକୁ ଭଲ ପାଏ । ଯାହା ଦର୍ଶକଙ୍କୁ ସଠିକ୍ ବାର୍ତ୍ତା ଦେଇପାରିବ ।’

‘ପ୍ରତ୍ୟେକ ଫିଲ୍ମ ପାଇଁ ନିର୍ଦ୍ଦିଷ୍ଟ ଦର୍ଶକ ଅଛନ୍ତି ଏବଂ ମୋ ପାଇଁ ଫିଲ୍ମ ଦ୍ବାରା ଏହାର ମୂଳ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ପଡିବ । ଯଦି ଏହା କରିବାରେ ବିଫଳ ହୁଏ, ତେବେ ଏହାର ଉଦ୍ଦେଶ୍ୟ ହାସଲ କରେ ନାହିଁ | ମୋର ସମସ୍ତ ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସେ, ଯେଉଁଥିରେ ଜୀବନ, ​​ସମାଜ ଏବଂ ମହିଳା ସଶକ୍ତିକରଣ ବିଷୟରେ ଆମେ କହିବାକୁ ଚେଷ୍ଟା କରିଛୁ । ଯାହାକୁ ନେଇ ମୁଁ ଅତ୍ୟନ୍ତ ସନ୍ତୋଷଜନକ’ ବୋଲି କହିଛନ୍ତି ଭୂମି ।

ପ୍ରକାଶ ଥାଉକି ଭୂମି ‘ଦୁର୍ଗାବତୀ’ ଫିଲ୍ମ ନେଇ ପରଦାକୁ ଫେରିବେ । ଯାହାର ପ୍ରଯୋଜନା ଦାୟିତ୍ବ ତୁଲାଉଛନ୍ତି ଖିଲାଡି ଅକ୍ଷୟ କୁମାର, ଭୂଷଣ କୁମାର । ସେହିପରି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ଜି. ଅଶୋକ । ଶୁଣିବାକୁ ମିଳୁଛି ଆସନ୍ତା ମାସରେ ଫିଲ୍ମ ରିଲିଜ କରିବାକୁ ସ୍ଥିର କରିଛନ୍ତି ମେକର୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details