ଓଡିଶା

odisha

ETV Bharat / sitara

ପ୍ରସବ ପରେ ସେଟ୍‌କୁ ଫେରିବେ ଅନୁଷ୍କା, ସେୟାର କଲେ ପ୍ଲାନିଂ

ପ୍ରଥମ ପ୍ରସବ ପରେ ନିଜ ଆଗାମୀ ପ୍ଲାନିଂ ବିଷୟରେ ସମସ୍ତଙ୍କୁ ଜଣାଇଲେ ଅନୁଷ୍କା । ସେ ଚାହୁଁଛନ୍ତି ନିଜ କାମ ସହ ପରିବାର ଓ ପ୍ରଥମ ଶିଶୁର ସବୁ ଯତ୍ନ ନେବାକୁ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା

By

Published : Nov 28, 2020, 10:09 AM IST

ମୁମ୍ବାଇ:ନିକଟରେ ଗର୍ଭବତୀ ସୂଚନା ଦେଇ ଫ୍ୟାନ୍ସଙ୍କୁ ଖୁସ୍ କରିଦେଇଥିଲେ ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମା । ଯାହାଙ୍କୁ ଶେଷଥର ‘ଜିରୋ’ ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହାପରଠୁ ସେ ଏଯାବତ କୌଣସି ଫିଲ୍ମରେ ସାଇନ କରିନାହାଁନ୍ତି । ଆସନ୍ତା ବର୍ଷ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସହ ଘରକୁ କୁନି ଅତିଥିଙ୍କୁ ସ୍ବାଗତ କରିବାକୁ ଉତ୍ସାହିତ ଅଛନ୍ତି ସେ । ଇତିମଧ୍ୟରେ କାମକୁ ନେଇ ତାଙ୍କ ଆଗାମୀ ପ୍ଲାନିଂ ସମସ୍ତଙ୍କ ସାମ୍ନାକୁ ଆସିଛି । ଯାହାର ଖୁଲାସା ସେ ଏକ ଚାର୍ଟ ଶୋରେ କରିଛନ୍ତି ।

ଆଉ କହିଛନ୍ତି, ‘ମୁଁ ଶିଶୁକୁ ସ୍ବାଗତ କରିବା ପରେ ଠିକ୍ ସେଟକୁ ଫେରିବାକୁ ଇଚ୍ଛା କରୁଛି । ପିଲା, ଘର ଏବଂ କାର୍ଯ୍ୟ ମଧ୍ୟରେ ସମୟ ସନ୍ତୁଳନ କରିବାକୁ ଚେଷ୍ଟା କରିବି ।’

ପ୍ରକାଶ ଥାଉକି ନିକଟରେ ଅନୁଷ୍କାଙ୍କ ବହୁ ଚର୍ଚ୍ଚିତ ଏବଂ ଡେବ୍ୟୁ ୱେବ ସିରିଜ ‘ପାତାଲ ଲୋକ’ ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ଏହାପରେ ସେ ୱେବ ଫିଲ୍ମ ‘ବୁଲବୁଲ’ ଦ୍ବାରା ଦର୍ଶକଙ୍କ ମନ କିଣିଥିଲେ । ଏହି ଦୁଇଟି ପ୍ରୋଜେକ୍ଟର ନିର୍ମାତା ରୂପେ କାମ କରିଥିଲେ ସେ ।

ABOUT THE AUTHOR

...view details