ଓଡିଶା

odisha

ETV Bharat / sitara

ବିବାହ ବାର୍ଷିକୀରେ ଅଲଗା ବିରୁଷ୍କା, ମିଳିଲା ସାରା ଜୀବନ ଏକାଠି ରହିବାର ପ୍ରତିଶୃତି

ବିରାଟ ଓ ଅନୁଷ୍କାଙ୍କ ବିବାହକୁ ତିନି ବର୍ଷ ପୁରିଲା । ଦୁହେଁ ପରସ୍ପରକୁ ଜଣାଇଲେ ମନ କଥା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Dec 11, 2020, 12:39 PM IST

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ଆଜି ନିଜର ତୃତୀୟ ବିବାହ ବାର୍ଷିକ ପାଳନ କରୁଛନ୍ତି । ବଲିଉଡ ଓ କ୍ରିକେଟ ଜଗତର ସବୁଠୁ ପପୁଲାର ଯୋଡି ମଧ୍ୟରେ ସାମିଲ ବିରୁଷ୍କା । 2013ରୁ ପରସ୍ପରକୁ ଡେଟ କରିଥିଲେ ଏହି ଯୋଡି । ପ୍ରଥମେ ଫ୍ରେଣ୍ଡଶିପ୍ ପରେ ପ୍ରେମ ପୁଣି ବ୍ରେକଅପ ଆଉ ପରିଶେଷରେ ମ୍ୟାରେଜ । ଏପରି ଥିଲା ଦୁଇଜଣଙ୍କ ଲଭ ଲାଇଫ । ମ୍ୟାରେଜ ଆନିଭର୍ସୀ ସ୍ପେଶାଲ କରିବା ପାଇଁ ଏକ ସ୍ପେଶାଲ ପୋଷ୍ଟ ସୋସିଆଲ ମିଡିଆରେ କରିଛନ୍ତି କପଲ ।

ଅନୁଷ୍କା ଇନଷ୍ଟାଗ୍ରାମରେ ବିରାଟଙ୍କ ସହ ନିଜର ଏକ ରୋମାଣ୍ଟିକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ତିନି ବର୍ଷରେ ଆମେ । ଆଉ ଶୀଘ୍ର ତିନି ହେବାକୁ ଯାଉଛି । ମିସ୍ ୟୁ ।’ ବର୍ତ୍ତମାନ ଅଷ୍ଟ୍ରେଲିଆ ଟୁରରେ ଅଛନ୍ତି ବିରାଟ । ଗର୍ଭବତୀ ଥିବା ଯୋଗୁ ତାଙ୍କ ସହ ବର୍ତ୍ତମାନ ଯାଇନାହାଁନ୍ତି ଅନୁଷ୍କା । ଯାହାଦ୍ବାରା ତାଙ୍କୁ ଏବେ ମିସ୍ କରୁଛନ୍ତି ବୋଲି ଫଟୋରେ ଜଣାଇଛନ୍ତି ସେ ।

ସେପଟେ ବିରାଟ ମଧ୍ୟ ବିବାହର ସୁନ୍ଦର ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ପତ୍ନୀ ଅନୁଷ୍କାଙ୍କୁ ବିବାହ ବାର୍ଷିକର ଶୁଭେଚ୍ଛା ଜଣାଇଛନ୍ତି । ଆଉ ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘3 ବର୍ଷ ଏବଂ ଏକାଠି ଜୀବନସାରା ।’

ପ୍ରକାଶ ଥାଉକି ଦୁଇରୁ ତିନ ହେବାକୁ ଯାଉଛନ୍ତି ଏହି ଯୋଡି । ଅଗଷ୍ଟ ମାସରେ ଅନୁଷ୍କାଙ୍କ ଗର୍ଭବତୀ ସୂଚନା ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇଥିଲେ ବିରାଟ । ଆସନ୍ତା ଜାନୁଆରୀରେ ଘରକୁ କୁନି ଅତିଥିଙ୍କ ସ୍ବାଗତ କରିବାକୁ ନେଇ ଉତ୍ସାହିତ ବିରୁଷ୍କା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details