ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ଫିଲ୍ମ ନିର୍ମାତା ଏକତା କପୁରଙ୍କ ୱେବ ସିରିଜ 'ବେକାବୁ' ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଏହି ସିରିଜ ଜରିଆରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ଅନନ୍ଦିତା ବାଗ ପୁଣି ଦର୍ଶକଙ୍କ ହୋସ ଉଡାଇବାକୁ ଯାଉଛନ୍ତି । ଆଜ୍ଞା ହଁ, ସେ ଖୁବ୍ ଶୀଘ୍ର ଇଣ୍ଟରନ୍ୟାଶନାଲ ପ୍ରୋଜେକ୍ଟରେ କାମ କରିବେ ।
ଇଣ୍ଟରନ୍ୟାଶନାଲ ପ୍ରୋଜେକ୍ଟରେ ଏକତାଙ୍କ ଗାର୍ଲ - international project
ୱେବ ସିରିଜ ପରେ ଏବେ ଦର୍ଶକ ଅଭିନେତ୍ରୀ ଅନନ୍ଦିତାଙ୍କୁ ଇଣ୍ଟରନ୍ୟାଶନାଲ ପ୍ରୋଜେକ୍ଟରେ ଦେଖିବାକୁ ଯାଉଛନ୍ତି । ସେ ସଟ ଫିଲ୍ମ 'ଗ୍ରିମ ସିପର'ର ସୁଟିଂ ନିକଟରେ ଶେଷ କରିଛନ୍ତି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅନନ୍ଦିତା ବାଗ
ସେ ନିକଟରେ ସଟ ଫିଲ୍ମ 'ଗ୍ରିମ ସିପର'ର ସୁଟିଂ ନିକଟରେ ଶେଷ କରିଛନ୍ତି । ଭାରତରେ ଏହି ପ୍ରୋଜେକ୍ଟର ସୁଟିଂ ମୁମ୍ବାଇ ଲୋନାୱାଲାରେ କରାଯାଇଛି । ଏହି ପ୍ରୋଜେକ୍ଟକୁ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରୁ ନେଇ ଫରେନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି ସେ । ଫିଲ୍ମଟିକୁ ଫିଚର ଫିଲ୍ମରେ ପରିଣତ କରିବାକୁ ବି ଇଚ୍ଛା ରଖିଛନ୍ତି ଅନନ୍ଦିତା ।
ପ୍ରକାଶ ଥାଉକି ଏହା ବ୍ୟତୀତ ଅନନ୍ଦିତା 'ଇନସାଇଡ ଏଡଜ' ଏବଂ 'ଅନଟ୍ୟାଗ' ଭଳି ଡିଜିଟାଲ ଶୋ କରି ସାରିଛନ୍ତି ।