ଓଡିଶା

odisha

ETV Bharat / sitara

କୁନି ପୁଅର ପ୍ରଥମ ଝଲକ ଦେଖାଇଲେ ଅମ୍ରିତା-ଅନମୋଲ - ‘ବିବାହ’ ଅଭିନେତ୍ରୀ ଅମୃତା ରାଓଙ୍କ ନ୍ୟୁଜ

ଭାଇରାଲ ହେଲା ଅମୃତା ଓ ଅନମୋଲଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ପୁଅ ବୀର ସହ ମଜାମସ୍ତି କରୁଥିବାର ଆସିଲେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମୃତା ଅରୋରା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମୃତା ଅରୋରା

By

Published : Mar 18, 2021, 1:12 PM IST

ମୁମ୍ବାଇ: ‘ବିବାହ’ ଅଭିନେତ୍ରୀ ଅମ୍ରିତା ରାଓ ଓ ତାଙ୍କ ସ୍ବାମୀ ତଥା ଆରଜେ ଅନମୋଲ ଗତ ବର୍ଷ ବେବି ବୟର ବାପା-ମା' ସାଜିଥିଲେ । ଯେବେଠୁ ଏହି ଯୋଡିଙ୍କ ଫ୍ୟାନ୍ସ ବାପା-ମା' ହେବା ଖବର ଶୁଣିଛନ୍ତି ସେହି ସମୟଠୁ କୁନି ପୁଅର ଝଲକ ଦେଖିବାକୁ ବ୍ୟାକୁଳ ଥିଲେ । ଇତିମଧ୍ୟରେ ପୁଅର ପ୍ରଥମ ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଖୁସ୍ କରିଦେଇଛନ୍ତି ଅମ୍ରିତା ଓ ଅନମୋଲ ।

ଇନଷ୍ଟାଗ୍ରାମରେ ଅମୃତା ଗୁରୁବାର ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ସ୍ବାମୀଙ୍କ ସହ ମିଶି କୁନି ପୁଅ ସହିତ ମସ୍ତି କରୁଥିବାର ଦେଖାଯାଉଛନ୍ତି । ଏହାକୁ ସେୟାର କରି ସେ ଲେଖିଛନ୍ତି, ‘ଆମର ଦୁନିଆ,ଆମର ଖୁସି ବୀର ।’

ସେପଟେ ଅନମୋଲ ମଧ୍ୟ ସମାନ ପୋଷ୍ଟ କରିଛନ୍ତି । ପ୍ରକାଶ ଥାଉକି ବିବାହର ଚାରି ବର୍ଷ ପରେ ପିତା-ମାତା ସାଜିଛନ୍ତି ଏହି ଯୋଡି । ଗତ ବର୍ଷ ଗର୍ଭବତୀ ଖବର ଲୁଚାଇ ଫ୍ୟାନ୍ସଙ୍କୁ ନିରାଶ କରିଥିଲେ ଅମ୍ରିତା । ହେଲେ ନବରାତ୍ରି ଅବସରରେ ଏହାର ସୂଚନା ଦେଇ ସମସ୍ତଙ୍କୁ କ୍ଷମା ମଧ୍ୟ ମାଗିଥିଲେ ଅଭିନେତ୍ରୀ । ଯାହାପରେ ଫ୍ୟାନ୍ସଙ୍କ ରାଗ ଶାନ୍ତ ପଡିଥିଲା ।

ABOUT THE AUTHOR

...view details