ଓଡିଶା

odisha

By

Published : May 27, 2021, 8:43 AM IST

ETV Bharat / sitara

ଆଜିଠୁ ଆରମ୍ଭ ହେବ ଆଲିୟାଙ୍କ ସିରିଜ, ଟିକା ଉପରେ ଦେବେ ସଚେତନତା ବାର୍ତ୍ତା

ପାଞ୍ଚ ଭାଗ ବିଶିଷ୍ଟ ସିରିଜର ନେଇ ଆଜି ସମସ୍ତଙ୍କ ସାମ୍ନାକୁ ଆସିବେ ଆଲିୟା । ଯେଉଁଥିରେ ଦୂର କରିବେ ଟୀକାକରଣଙ୍କୁ ନେଇ ଥିବା ଲୋକଙ୍କ ମନର ଦ୍ବନ୍ଦ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ବଲିଉଡର କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ସୋସିଆଲ ମିଡିଆରେ ଏକ ପାଞ୍ଚ ଭାଗ ବିଶିଷ୍ଟ ସିରିଜର ଘୋଷଣା କରିଥିଲେ । ଯେଉଁଥିରେ ସେ ଟୀକାକରଣକୁ ନେଇ ସୋସିଆଲ ମିଡିଆରେ ପ୍ରଚାର ଓ ପ୍ରସାର ହେଉଥିବା ମିଥ୍ୟା ଖବର ଉପରେ ପ୍ରାମାଣିକ ସୂଚନା ପ୍ରସାରିତ କରିବେ । ଯାହାର ଟାଇଟେଲ ରଖାଯାଇଛି ‘The Intersection: Vaccinate India’ ।

ଏହି ସିରିଜକୁ ଭଟ୍ଟ ପ୍ରଡକ୍ସନ ସହ ମିଶି ଇଣ୍ଟରନାଲ ସନସାଇନ ପ୍ରଡକ୍ସନ ଏବଂ ପୋଡକାଷ୍ଟ ନେଟୱାର୍କ ଅଡିଓମେଟିକ୍ ନିର୍ମାଣ କରିଛି। ସେହିପରି ଏହାର ସୂଚନା ଦେଇ ଆଲିୟା ଏକ ପୋଷ୍ଟରେ ଲେଖିଛନ୍ତି, ‘ଯଦିଓ କୋରୋନାଠୁ ସୁରକ୍ଷିତ ରହିବା ପାଇଁ ଆମ ପାଖରେ ଟିକାର ବିକଳ୍ପ ଅଛି । ତଥାପି ଆମମାନଙ୍କ ମଧ୍ୟରୁ କେତେକ ମନରେ ଏହାକୁ ନେଇ ଦ୍ବନ୍ଦ ରହୁଛି । ଭୁଲ ତଥ୍ୟ, ଗୁଜବ କାରଣରୁ ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ମେସେଜିଂ ପ୍ଲାଟଫର୍ମରେ ବିନିମୟ ହେତୁ ଏହି ଦ୍ବନ୍ଦର ଏକ ବଡ କାରଣ ସାଜିଛି । ଏହି ସିରିଜ ହେଉଛି ନିର୍ଭରଯୋଗ୍ୟ ଉତ୍ସ ମାଧ୍ୟମରେ ଟିକା ବିଷୟରେ ଅଧିକ ଜାଣିବା ଏବଂ ଟୀକାକରଣ ବିଷୟରେ ଅଧିକ ସୂଚନା ଦେବା ପାଇଁ ଏକ ପ୍ରୟାସ ।’

ପ୍ରକାଶ ଥାଉକି ଆଜିଠୁ ଷ୍ଟ୍ରିମିଂ ହେବ ଆଲିୟାଙ୍କ ଏହି ସିରିଜ । ଯଦି ଆଲିୟାଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ସଞ୍ଜୟ ଲୀଲା ଭଂସାଲୀଙ୍କ ‘ଗଙ୍ଗୁବାଇ କାଥିଆୱାଡି’ରେ ନଜର ଆସିବେ । ଏହାବ୍ୟତୀତ ସେ ଆୟନ ମୁଖାର୍ଜୀଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ମଧ୍ୟ ଦେଖାଯିବେ । ପ୍ରଥମଥର ସେ ଏହି ଫିଲ୍ମରେ ନିଜ ବୟଫ୍ରେଣ୍ଡ ତଥା ଅଭିନେତା ରଣବୀର କପୁରଙ୍କ ସହ ନଜର ଆସିବେ ।

@IANS

ABOUT THE AUTHOR

...view details