ମୁମ୍ବାଇ: ଆଲିୟା ଭଟ୍ଟଙ୍କ ମା' ତଥା ଲୋକପ୍ରିୟ ଅଭିନେତ୍ରୀ ସୋନି ରାଜଦାନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ନଜର ଆସନ୍ତି । ସେ ପ୍ରାୟତଃ ସାମାଜିକ ପ୍ରସଙ୍ଗରେ ନିଜ ମତ ରଖୁଥିବାର ଦେଖାଯାଆନ୍ତି । ହେଲେ ଏଥର ଆଶ୍ଟର୍ଯ୍ୟକର ଭିଡିଓ ତାଙ୍କ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଭିଡିଓକୁ ଦେଖି ଫ୍ୟାନ୍ସ ନିହାତି ଡରିଯିବେ । କାରଣ ଆଲିୟାଙ୍କ ସ୍ବିମିଂପୁଲରେ ସାପ ଥିବାର ନଜର ଆସୁଛି । ଏହି ପୁରୁଣା ଭିଡିଓଟି ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଆଲିୟାଙ୍କ ସ୍ବିମିଂପୁଲରେ ସାପ, ଥ୍ରୋବ୍ୟାକ ଭିଡିଓ ଭାଇରାଲ - ଥ୍ରୋବ୍ୟାକ ଭିଡିଓକୁ ନେଇ ଚର୍ଚ୍ଚାରେ ସୋନି ରାଜଦାନ
ଥ୍ରୋବ୍ୟାକ ଭିଡିଓକୁ ନେଇ ଚର୍ଚ୍ଚାରେ ସୋନି ରାଜଦାନ । ନିକଟରେ ସେୟାର ହୋଇଥିବା ତାଙ୍କ ଭିଡିଓରେ ସାପ ନଜର ଆସୁଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଜୁଲାଇ 1 ତାରିଖରେ ସୋନି ଇନଷ୍ଟାଗ୍ରାମରେ ସେୟାର କରିଥିଲେ ଏହି ଭିଡିଓ । ଯେଉଁରେ ଦେଖିବାକୁ ମିଳୁଛି ତାଙ୍କ ସ୍ବିମିଂପୁଲରେ ସାପ ପହଁରୁଥିବାର। ହେଲେ ସୋନି ଭିଡିଓ ସେୟାର କରି ମଜାଦାର କ୍ୟାପସନ ଲେଖି ସମସ୍ତଙ୍କୁ ହସାଇଥିଲେ । ସେ ଲେଖିଛନ୍ତି, ‘ଆଜି ଆମ ସ୍ବିମିଂପୁଲକୁ ନୂଆ ଅତିଥି ଆସିଛନ୍ତି । ପ୍ରଥମେ ପାଣି ପିଇବାକୁ ଚାହୁଁଥିଲେ ପରେ ପହଁରିବାକୁ ଚିନ୍ତା କଲେ।’ ପ୍ରକାଶ ଥାଉକି ଏହି ଭିଡିଓକୁ ଏଯାବତ 73 ହଜାର ଲାଇକ୍ସ ମିଳିସାରିଛି।