ଓଡିଶା

odisha

ETV Bharat / sitara

ପରିବାରବାଦକୁ ନେଇ ଚାଲିଥିବା ବିବାଦ ଉପରେ ମୁହଁ ଖୋଲିଲେ ଆଲିୟାଙ୍କ ମା'

ଏବେ ଚାଲିଥିବା ପରିବାରବାଦ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ସୋନି ରାଜଦାନ । କାରଣ କିଛି ଦିନ ହେବ ସୁଶାନ୍ତଙ୍କ ମୃତ୍ୟୁରେ କ୍ରୋଧିତ ଥିବା ଫ୍ୟାନ୍ସ ଆଲିୟାଙ୍କୁ ଟାର୍ଗେଟ କରିଆସୁଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ

By

Published : Jun 24, 2020, 2:41 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ତାଙ୍କ ମୃତ୍ୟୁରେ କ୍ରୋଧିତ ଥିବା ଫ୍ୟାନ୍ସ ବଲିଉଡରେ ଚାଲିଥିବା ପରିବାରବାଦ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ସେହିପରି ଅନେକ ସେଲିବ୍ରିଟିଙ୍କଠୁ ନେଇ ରାଜନେତା ମଧ୍ୟ ଏହି ମାମଲାରେ ନିଜର ସ୍ବର ଉଠାଇଛନ୍ତି । ଅନେକ ଲୋକ ଫେମସ ନିର୍ମାତା କରନ ଜୋହର, ସଲମାନ ଖାନ, ଆଲିୟା ଭଟ୍ଟ ଓ ସୋନମ କପୁରଙ୍କ ଉପରେ ପରିବାରବାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ଆଣିଛନ୍ତି । ଇତିମଧ୍ୟରେ ଆଲିୟାଙ୍କ ମା' ତଥା ଅଭିନେତ୍ରୀ ସୋନି ରାଜଦାନଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

ସୋନି ପଚାରିଛନ୍ତି ଯେ ସେହି ଲୋକ ଯେଉଁମାନେ ପରିବାରବାଦକୁ ନେଇ ପରିହାସ କରୁଛନ୍ତି, ସେମାନେ ନିଜ ନିଜ ପିଲାଙ୍କ ସପୋର୍ଟ କରିବେନି ଯଦି ତାଙ୍କ ପିଲା ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହୁଁଥିବେ ।

କଥାଟି ହେଲା ଯେ ସେ ପରିବାରବାଦକୁ ସମର୍ଥନ କରି ଟ୍ବିଟରେ ଲେଖିଛନ୍ତି, ‘ଆପଣ କାହାର ଝିଅ କିମ୍ବା ପୁଅ ଯାହାକୁ ନେଇ ଲୋକଙ୍କ ଆଶା ଆହୁରି ବଢିଯାଉଛି । ଏହାସହ ଯେଉଁ ଲୋକ ପରିବାରବାଦ ଉପରେ ବିବାଦ ସୃଷ୍ଟି କରୁଛନ୍ତି ସେହିମାନେ ନିଜ ପିଲାଙ୍କୁ ସପୋର୍ଟ କରିବେନି ଯଦି ସେମାନେ ଇଣ୍ଡଷ୍ଟ୍ରିରେ ଆସିବାକୁ ଚାହୁଁଛନ୍ତି । ତାହାଲେ କଣ ହେବ ଯଦି ସେମାନେ ନିଜେ ଇଣ୍ଡଷ୍ଟ୍ରି ଜଏନ କରିବାକୁ ଚାହୁଁଛନ୍ତି । ତେବେ ତାଙ୍କୁ କଣ ଏମିତି କରିବାକୁ ରୋକିବେ ?’

ABOUT THE AUTHOR

...view details