ଓଡିଶା

odisha

ETV Bharat / sitara

ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚରେ ହାଜର ହେବେ ଦିଗାନାଥ- ଅନ୍ଦ୍ରିତା - ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚରେ ହାଜର ହେବେ ଦିଗାନାଥ- ଅନ୍ଦ୍ରିତା

ଡ୍ରଗ୍ସ ମାମଲାରେ ଚାଲିଥିବା ତଦନ୍ତ ସଂପର୍କରେ ଆସନ୍ତାକାଲି ସକାଳ 11ଟାରେ ସେଣ୍ଟ୍ରାଲ୍ କ୍ରାଇମ ବ୍ରାଞ୍ଚରେ(ସିସିବି)ରେ ହାଜର ହେବା ପାଇଁ ଅଭିନେତା ଦିଗାନାଥ ଏବଂ ଅନ୍ଦ୍ରିତା ରାୟଙ୍କୁ ନୋଟିସ୍ ଜାରି କରାଯାଇଛି । ଅଧିକ ପଢନ୍ତୁ...

Actors Diganth, Aindrita Ray to appear before Central Crime Branch tomorrow
ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚରେ ହାଜର ହେବେ ଦିଗାନାଥ- ଅନ୍ଦ୍ରିତା

By

Published : Sep 15, 2020, 8:51 PM IST

ବେଙ୍ଗାଲୁରୁ: ଡ୍ରଗ୍ ମାମଲାରେ ଗିରଫ ଅଭିଯୁକ୍ତଙ୍କ ଦ୍ବାରା ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓ ଏବଂ ଫଟୋର ସମୀକ୍ଷା କରୁଛନ୍ତି ସିସିବି ଟେକ୍ନିକାଲ ଟିମ। ସୋସିଆଲ ନେଟୱାର୍କିଂ ସାଇଟ ଗୁଡିକର ତଥ୍ୟ ମଧ୍ୟ ସିସିବି ଅଧିକାରୀଙ୍କ ପାଇଁ ଏକ ପ୍ରମୁଖ ସାକ୍ଷୀ ଅଟେ । ଅଧିକାରୀମାନେ ସୋସିଆଲ ନେଟୱାର୍କିଂ ସାଇଟରୁ ହଜାର ହଜାର ଫଟୋ ଏବଂ ଭିଡିଓ ସଂଗ୍ରହ କରିସାରିଛନ୍ତି।

ନିକଟରେ, ଡ୍ରଗ୍ସ ମାମଲାରେ ଚାଲିଥିବା ତଦନ୍ତ ସଂପର୍କରେ ଆସନ୍ତାକାଲି ସକାଳ 11ଟାରେ ସେଣ୍ଟ୍ରାଲ୍ କ୍ରାଇମ ବ୍ରାଞ୍ଚରେ(ସିସିବି) ରେ ହାଜର ହେବା ପାଇଁ ଅଭିନେତା ଦିଗାନାଥ ଏବଂ ଅନ୍ଦ୍ରିତା ରାୟଙ୍କୁ ନୋଟିସ୍ ଜାରି କରାଯାଇଛି।

ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚରେ ହାଜର ହେବେ ଦିଗାନାଥ- ଅନ୍ଦ୍ରିତା

ଏହାପୂର୍ବରୁ ସେପ୍ଟେମ୍ବର 8 ରେ କନ୍ନଡ ଚଳଚ୍ଚିତ୍ର ଅଭିନେତ୍ରୀ ସଞ୍ଜନା ଗାଲରାନି ତାଙ୍କ ମାଙ୍କ ସହ ବେଙ୍ଗାଲୁରୁର ସେଣ୍ଟ୍ରାଲ୍ କ୍ରାଇମ ବ୍ରାଞ୍ଚ(ସିସିବି) ଦ୍ବାରା ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରାଯାଇଛି ବୋଲି ଜଏଣ୍ଟ କମିଶନର ସନ୍ଦୀପ ପାଟିଲ କହିଛନ୍ତି।

ଅଧିକ ପଚରାଉଚରା ପାଇଁ ମାଆ-ଝିଅଙ୍କ ଯୋଡିଙ୍କୁ ସହରର ଚାମରାଜପେଟ୍ ଅଞ୍ଚଳରେ ଅବସ୍ଥିତ ସିସିବି କାର୍ଯ୍ୟାଳୟକୁ ପଠାଯାଇଥିଲା।

ସେପ୍ଟେମ୍ବର 7ରେ କନ୍ନଡ ଅଭିନେତା ରାଗିଣୀ ଦ୍ବିବେଦୀଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଥିଲା ଏବଂ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଯାହାପରେ ତାଙ୍କୁ 5 ଦିନିଆ ହେପାଜତକୁ ପଠାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details