ମୁମ୍ବାଇ: ଅଭିନେତା ବିବେକ ଓବରୟଙ୍କୁ ଭାଲେଣ୍ଟାଇନ ଡେ’ରେ ବିନା ହେଲମେଟରେ ବାଇକ ରାଇଡିଂ କରିବା ପଡିଲା ମହଙ୍ଗା । ଭିଡିଓ ଦେଖିବା ପରେ ମୁମ୍ବାଇର ପୋଲିସ ହେଲମେଟ ନପିନ୍ଧିଥିବାରୁ ତାଙ୍କ ଉପରେ 500 ଟଙ୍କାର ଚାଲାଣ କାଟିଥିଲେ ।
ମଜାଦାର ଅନ୍ଦାଜରେ ମୁମ୍ବାଇ ଟ୍ରାଫିକ୍ ପୋଲିସକୁ କ୍ଷମା ମାଗିଲେ ବିବେକ - ଅଭିନେତା ବିବେକ ଓବରୟଙ୍କ ଟ୍ବିଟ ଭାଇରାଲ
ନିକଟରେ ବାଇକ୍ ରାଇଡକୁ ନେଇ ହଟହଟା ହୋଇଥିଲେ ବିବେକ । ବିନା ହେଲମେଟରେ ବାଇକ୍ ରାଇଡ ପାଇଁ ତାଙ୍କ ନାଁରେ କଟା ଯାଇଥିଲା 500 ଟଙ୍କାର ଚାଲାଣ । ଏବେ ମାଗିଛନ୍ତି କ୍ଷମା । ଅଧିକ ପଢନ୍ତୁ...
ସେପଟେ ଶନିବାର ଏକ ମଜାଦାର ଅନ୍ଦାଜରେ ପୋଲିସକୁ କ୍ଷମା ମାଗିଥିଲେ ବିବେକ । ସେ ଟ୍ବିଟରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, ‘ପ୍ୟାର ହାମେ କିସ୍ ମୋଡ ପେ ଲେ ଆୟା । ନିକଲେ ଥେ ନୟି ବାଇକ୍ ପର ହମ୍ ଔର ହାମାରି ଜାନ୍ ବିନା ହେଲମେଟ କେ କଟ୍ ଗଇ ଚାଲାନ। ରାଇଡିଂ ୱିଦ୍ଆଉଟ ହେଲମେଟ । ମୁମ୍ବାଇ ପୋଲିସର ଚେକମେଟ । ଧନ୍ୟବାଦ ମୁମ୍ବାଇ ପୋଲିସ ମତେ ଅନୁତାପ କରାଇଥିବାରୁ କି ସୁରକ୍ଷା କେତେ ଜରୁରୀ । ସୁରକ୍ଷିତ ରୁହନ୍ତୁ । ହେଲମେଟ ସହ ମାସ୍କ ମଧ୍ୟ ପିନ୍ଧନ୍ତୁ ।’ ସେପଟେ ତାଙ୍କ ଏହି କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିଛି ପୋଲିସ ।
ପ୍ରକାଶ ଥାଉକି ଭାଲେଣ୍ଟାଇନ ଡେରେ ପତ୍ନୀ ପ୍ରିୟଙ୍କାଙ୍କ ସହ ରୋମାଣ୍ଟିକ ବାଇକ ରାଇଡ ଏନଜୟ କରିଥିଲେ ଅଭିନେତା । ଆଉ ଯାହାର ଏକ ଭିଡିଓ ସେ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । ଯେଉଁଥିରେ ସେ ନିଜ ନୂଆ ବାଇକ୍ ପାଇଁ ଏକ୍ସାଇଡେଟ ଥିବାର ନଜର ଆସୁଛନ୍ତି । ସେହିପରି କହିଥିଲେ ନିଜ ନୂଆ ବାଇକ୍ ଏବଂ ଗାର୍ଲଫ୍ରେଣ୍ଡଙ୍କ ସହ ସେ ଭାଲେଣ୍ଟାଇନ ଡେ ସେଲିବ୍ରେଟ କରୁଛନ୍ତି ।