ମୁମ୍ବାଇ: ଅଭିନେତା ବିବେକ ଓବରୟଙ୍କୁ ଭାଲେଣ୍ଟାଇନ ଡେ’ରେ ବିନା ହେଲମେଟରେ ବାଇକ ରାଇଡିଂ କରିବା ପଡିଲା ମହଙ୍ଗା । ଭିଡିଓ ଦେଖିବା ପରେ ମୁମ୍ବାଇର ପୋଲିସ ହେଲମେଟ ନପିନ୍ଧିଥିବାରୁ ତାଙ୍କ ଉପରେ 500 ଟଙ୍କାର ଚାଲାଣ କାଟିଛନ୍ତି ।
ଚାଲାଣ କାଟି ଥିବା ସାଣ୍ଟା କ୍ରୁଜ ଟ୍ରାଫିକ ଡିଭିଜନ ଅଧିକାରୀ କହିଛନ୍ତି ଯେ ଓବରୟ ମଧ୍ୟ ମାସ୍କ ପିନ୍ଧି ନାହାଁନ୍ତି, ଯାହା କୋଭିଡ -19 ମହାମାରୀ ସମୟରେ ବାଧ୍ୟତାମୂଳକ ଅଟେ । ଅଭିନେତା ରବିବାର ଦିନ ଏହି ଭିଡିଓ ସେୟାର କରିଛନ୍ତି, ଯାହାକୁ ଆଧାର କରି ଆମେ ତାଙ୍କ ନାଁରେ ଚାଲାଣ କାଟିଛୁ ।