ମୁମ୍ବାଇ: ଅଭିନେତା ବରୁଣ ଧାୱନ ବର୍ତ୍ତମାନ ତାଙ୍କର ଆଗାମୀ ହରର-ଥ୍ରୀଲର ଫିଲ୍ମ ‘ବେହଡିୟା’ ସୁଟିଂରେ ବ୍ୟସ୍ତ । ଫିଲ୍ମର ସୁଟିଂ ବର୍ତ୍ତମାନ ଅରୁଣାଚଳ ପ୍ରଦେଶରେ ଚାଲିଛି। ଏହି ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ କିର୍ତ୍ତୀ ସାନନ ନଜର ଆସିବେ। ସେପଟେ ଅରୁଣାଚଳ ପ୍ରଦେଶରୁ ବରୁଣଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଘୁରିବୁଲୁଛି । ଏହି ଭିଡିଓରେ ବରୁଣ ଏକ କାର ଉପରେ ଠିଆ ହୋଇ ଲୋକଙ୍କୁ ଅନୁରୋଧ କରୁଥିବାର ନଜର ଆସୁଛନ୍ତି ।
ଫ୍ୟାନ୍ସଙ୍କ ଭିଡ ମଝିରେ ଫସି ହାତ ଯୋଡିଲେ ବରୁଣ - ଆଗାମୀ ହରର-ଥ୍ରୀଲର ଫିଲ୍ମ ‘ବେହଡିୟା’ ସୁଟିଂ
ବିଳମ୍ବିତ ରାତିରେ ଫ୍ୟାନ୍ସଙ୍କୁ ଅନୁରୋଧ କଲେ ବରୁଣ । ତାଙ୍କ କାର ସାମ୍ନାରେ ଅନେକ ଫ୍ୟାନ୍ସଙ୍କ ଭିଡ । ଅଧିକ ପଢନ୍ତୁ...
![ଫ୍ୟାନ୍ସଙ୍କ ଭିଡ ମଝିରେ ଫସି ହାତ ଯୋଡିଲେ ବରୁଣ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ](https://etvbharatimages.akamaized.net/etvbharat/prod-images/768-512-10931094-thumbnail-3x2-varun.jpeg)
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ
ଫ୍ୟାନ୍ସଙ୍କ ଭିଡ ମଝିରେ ବରୁଣ
କଥାଟି ହେଲା ଯେ ବିଳମ୍ବିତ ରାତିରେ ବରୁଣଙ୍କ କାରକୁ ଘେରିଯାଇଥିଲେ ଫ୍ୟାନ୍ସ । ଆଉ ଫଟୋ ଉଠାଇବା ସହ ଚିତ୍କାର କରିବା ଆରମ୍ଭ କରିଦେଇଥିଲେ ସମସ୍ତେ । ଏହା ଦେଖି ବରୁଣ କାର ଉପରେ ଠିଆ ହୋଇ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଥିଲେ ।
ସେହିପରି ହାତ ଯୋଡି ବରୁଣ କହିଛନ୍ତି, ‘ଧନ୍ୟବାଦ ବନ୍ଧୁଗଣ। ତୁମେମାନେ ମୋତେ ବହୁତ ପ୍ରେମ ଦେଇଛ । ମୁଁ ଏଠାରେ ବେହଡିୟାର ସୁଟିଂ କରୁଛି । ମୁଁ ଅଧିକ ସମୟ ଏଠାରେ ରହିବି । ଫିଲ୍ମର କିଛି ଅଂଶ ସୁଟିଂ ପାଇଁ ବାକି ଅଛି । ତେଣୁ ତୁମେମାନେ ଶାନ୍ତିରେ ଫିଲ୍ମର ସୁଟିଂ କରିବାକୁ ଦିଅ । ସୁଟ ସରିବା ମାତ୍ରେ ମୁଁ ତୁମକୁ ଏଠାରେ ଭେଟିବି ।’