ମୁମ୍ବାଇ: ଅଭିନେତା ବରୁଣ ଧୱନ ସେହି କଳାକାରଙ୍କ ମଧ୍ୟରେ ଅନ୍ୟତମ ଯିଏ ନିଜ କାମ ପାଇଁ କଠିନ ପରିଶ୍ରମ କରିଥାନ୍ତି । କୌଣସି ମଧ୍ୟ ସିନକୁ ସେ ପରଫେକ୍ଟ କରିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ସବୁ ସିନ୍କୁ ସେ ଜୀବନ୍ତ କରିବାକୁ ଯାଇ ନିଜର ସବୁ ବଳ ଲଗାଇ ଦିଅନ୍ତି । ତାଙ୍କର ଏ ଅଭ୍ୟାସ ବେଳେ ବେଳେ ତାଙ୍କୁ ସମସ୍ୟାରେ ମଧ୍ୟ ପକାଇଦିଅ । ଏମିତି କିଛି ନିକଟରେ ଦେଖିବାକୁ ମିଳିଥିଲା । ଫିଲ୍ମ 'ଷ୍ଟ୍ରିଟ ଡାନ୍ସର' ସୁଟିଂ ଆଜି ଶେଷ କରିଥିବା ବରୁଣ ଏକଦା ସେଟରେ ସୁଟିଂ କରୁଥିବା ସମୟରେ ବେହୋସ ହୋଇଯାଇଥିଲେ ।
ପ୍ରକାଶ ଥାଉକି ବରୁଣ ଗତ କିଛି ଦିନ ହେବ ଅସୁସ୍ଥ ଅଛନ୍ତି । ଏହି କଥାର ସୂଚନା ବରୁଣ ନିଜ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଥିଲେ । କିନ୍ତୁ କାମ ପ୍ରତି ସେ ଏତେ ଦାୟିତ୍ୱବାନ ଯେ ଫିଲ୍ମ ସୁଟିଂ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ଅସୁସ୍ଥ ହେବା ସତ୍ତ୍ବେ ଫିଲ୍ମ ସୁଟିଂ ଏବଂ ଡାନ୍ସର ରିହର୍ସଲ କରିଥିଲେ ।