ଓଡିଶା

odisha

ETV Bharat / sitara

ସିଙ୍ଗଲ ଲାଇଫକୁ ଏନଜୟ କରୁଛନ୍ତି ଟାଇଗରଙ୍କ ଭଉଣୀ - କ୍ରିଷ୍ଣା ଶ୍ରଫ ବ୍ରେକଅପ ନ୍ୟୁଜ

ବୟଫ୍ରେଣ୍ଡ ସହ ବ୍ରେକଅପକୁ ନେଇ ମୁହଁ ଖୋଲିଲେ କ୍ରିଷ୍ଣା ଶ୍ରଫ । ଏବେ ସେ ସିଙ୍ଗଲ ଲାଇଫରେ ଖୁସି ଅଛନ୍ତି ବୋଲି ଜଣାଇ ଚର୍ଚ୍ଚାରେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିଷ୍ଣା ଶ୍ରଫ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିଷ୍ଣା ଶ୍ରଫ

By

Published : Dec 23, 2020, 8:28 AM IST

ମୁମ୍ବାଇ: ବଲିଉଡର ଆକ୍ସନ ହିରୋ ଟାଇଗର ଶ୍ରଫଙ୍କ ଭଉଣୀ କ୍ରିଷ୍ଣା ଶ୍ରଫ କିଛି ଦିନରୁ ନିଜ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି । ସେ ବଲିଉଡର କୌଣସି ସେଲିବ୍ରିଟି ନୁହେଁ ହେଲେ ତାଙ୍କ ଚାହିଦା ମଧ୍ୟ କୌଣସି ଷ୍ଟାର୍ସଙ୍କ ଠୁ କମ ନୁହେଁ । ସୋସିଆଲ ମିଡିଆରେ ପ୍ରାୟତଃ ତାଙ୍କ ହଟ୍ ଅବତାର ଦେଖିବାକୁ ମିଳେ । ହେଲେ ଏବେ ସେ ନିଜ ବୟଫ୍ରେଣ୍ଡଙ୍କ ସହ ବ୍ରେକଅପ କରିବା ଉପରେ ପ୍ରତିକ୍ରିୟା ରଖି ମନ କଥା ବଖାଣିଛନ୍ତି ।

ବର୍ତ୍ତମାନ ସେ ନିଜ ସିଙ୍ଗଲହୁଡ ଏନଜୟ କରୁଛନ୍ତି । ନିକଟରେ ଦେଇଥିବା ଏକ ସାକ୍ଷାତକାରେ ସେ ଜଣାଇଥିଲେ, ‘ଲାଇଫରେ ସିଙ୍ଗଲ ରହିବା ସବୁଠୁ ଭଲ । ଏହାର କାରଣ ହେଲା ବିନା କୌଣସି ସମସ୍ୟାରେ ଆପଣ ନିଜ ଉପରେ ଅଧିକ ଧ୍ୟାନ ଦେଇପାରିବେ । ରିଲେସନଶିପ ଡ୍ରାମା ସବୁବେଳେ ଦେଖିବା ଅପେକ୍ଷା ଏହି ସ୍ଥିତି ସମ୍ପୂର୍ଣ୍ଣ ରୂପେ ଭଲ । ମୋ ରିଲେସନଶିପରେ ମଧ୍ୟ ଅନେକ ସମସ୍ୟା ଥିଲା ଯାହାପାଇଁ ମତେ ବୟଫ୍ରେଣ୍ଡ ସହ ବ୍ରେକଅପ କରିବାକୁ ପଡିଲା । ହେଲେ ମୁଁ ସବୁ କିଛି ବ୍ୟକ୍ତିଗତ ରୂପେ ସମ୍ଭାଳି ରଖିଥିଲି । ହେଲେ ଆମ ଦୁଇଜଣଙ୍କୁ ଏହା ଅନୁଭବ ହୋଇଥିଲା ଯେ ରିଲେସନଶିପରେ ରହିବା ଅପେକ୍ଷା ଫ୍ରେଣ୍ଡ ହୋଇ ରହିଥିଲେ ଭଲ ହୋଇଥାଆନ୍ତା । ଆମର ବ୍ରେକଅପ ହୋଇଯାଇଛି ସତ ହେଲେ ଆମେ ଦୁହେଁ ସବୁବେଳେ ବନ୍ଧୁ ପରି ରହିବୁ ।’

ABOUT THE AUTHOR

...view details