ମୁମ୍ବାଇ: ଆଜି ପୁରା ଦେଶରେ ଭାଇ-ଭଉଣୀଙ୍କ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଉଛି । ହେଲେ ଏଥର କୋରୋନା କାଳ ରାକ୍ଷୀ ପୂର୍ଣ୍ଣିମାକୁ ଫିକା କରିଦେଇଛି । ସେପଟେ ଫେମସ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଚାରି ଭଉଣୀ ରାନୀ, ଶ୍ବେତା, ପ୍ରିୟଙ୍କା ଓ ମିତୁ ଆଜି ଭଳି ଦିନରେ ଭାବୁକ ହୋଇପଡିଛନ୍ତି । ଭାଇଙ୍କୁ ନ୍ୟାୟ ଦେବା ପାଇଁ ଲଢୁଥିବା ଭଉଣୀଙ୍କ ମନରେ ଗୋଟିଏ ଦୁଃଖ କି ଆଉ ସେ ଜୀବନରେ କେବେ ମଧ୍ୟ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବେ ନାହିଁ । ଏହିପରି କିଛି ଦୁଃଖଭରା ପୋଷ୍ଟ କରିଛନ୍ତି ତାଙ୍କ ଭଉଣୀ ରାନୀ । ସେ ରାକ୍ଷୀ ପୂର୍ଣ୍ଣିମାରେ ସୁଶାନ୍ତଙ୍କ ପାଇଁ ଏକ ଚିଠି ଲେଖିଛନ୍ତି । ଯାହାକୁ ପଢି ସମସ୍ତେ ଦୁଃଖି ହୋଇଯିବେ ।
ରାକ୍ଷୀରେ ସୁଶାନ୍ତଙ୍କୁ ଝୁୁରୁଛନ୍ତି ଭଉଣୀ - ରାକ୍ଷୀ ପୂର୍ଣ୍ଣିମାରେ ସୁଶାନ୍ତଙ୍କୁ ମନେ ପକାଇ ଭାବବିହ୍ବଳ ପୋଷ୍ଟ ଲେଖିଲେ ଭଉଣୀ ରାନୀ
ରାକ୍ଷୀ ପୂର୍ଣ୍ଣିମାରେ ସୁଶାନ୍ତଙ୍କୁ ମନେ ପକାଇ ଭାବବିହ୍ବଳ ପୋଷ୍ଟ ଲେଖିଲେ ଭଉଣୀ ରାନୀ । ପ୍ରଥମଥର ରାକ୍ଷୀରେ ଏମିତି ହୋଇଛି ଯେବେ ଚାରି ଭଉଣୀଙ୍କ ପାଖରେ ନାହାଁନ୍ତି ସୁଶାନ୍ତ ।
ଚିଠିରେ ସେ ଲେଖିଛନ୍ତି, ‘ଗୁଲଶନ ମୋ ଛୁଆ, ତୁମେ ମୋ ଦିନ, ଆଜି ତୁମର ଦିନ । ଆଜି ଆମ ଭାଇ-ଭଉଣୀଙ୍କ ଦିନ । 35 ବର୍ଷ ପରେ ଏହା ପ୍ରଥମଥର ହୋଇଛି ଯେବେ ପୂଜା ଥାଳି ସଜା ଯାଇଛି । ଦୀପ ବି ଜଳୁଛି । ହେଲେ ସେହି ଚେହେରା ନାହିଁ ଯାହାକୁ ପୂଜା କରିପାରିବି । ସେହି ମଥା ନାହିଁ ଯେଉଁଥିରେ ଚନ୍ଦନ ଲଗାଇପାରିବି । ସେ ହାତ ନାହିଁ ଯେଉଁଥିରେ ରାକ୍ଷୀ ବାନ୍ଧିବି । ସେ ପାଟି ନାହିଁ ଯାହାକୁ ମିଠା ଖୁଆଇ ପାରିବି । ସେ ମଥା ନାହିଁ ଯାହାକୁ ଚୁମ୍ବନ ଦେଇପାରିବି । ସେହି ଭାଇ ନାହିଁ ଯାହାକୁ ଆଲିଙ୍ଗନ କରିପାରିବି । ଯେବେ ତୁମେ ଆମ ଜୀବନରେ ଥିଲ ସବୁ କିଛି ଆଲୋକିତ ଥିଲା । ଏବେ ତୁମେ ଆମ ପାଖରେ ନାହଁ । ଭାବୁଛି ତୁମ ବିନା ଆମ କଣ କରିବୁ । ତୁମ ବିନା ମୁଁ ବଞ୍ଚିବା ଶିଖିନାହିଁ । କେବେ ଭାବି ନଥିଲେ ଏମିତି ବି ହେବ । ଏହି ଦିନ ଆସିବ ହେଲେ ତୁମେ କେବେ ବି ଆସିବ ନାହିଁ । ସବୁ ଜିନିଷ ଆମେ ଏକାଠି ଶିଖିଥିଲେ । ହେଲେ ତୁମ ବିନା ରହିବା ମୁଁ କିପରି ଶିଖିବି । ତୁମ ପ୍ରେମର ରାନୀ ଦିଦି ।’
TAGGED:
ରାକ୍ଷୀ ପୂର୍ଣ୍ଣିମା ଅବସର