ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଏଯାବତ ରହସ୍ୟ ଘେରରେ । ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ କଡା କଡି ଯାଞ୍ଚ ଚାଲିଛି । ଆଉ ଗୁରୁବାର ସନ୍ଧ୍ୟାରୁ ଏହି କେସରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଯାଞ୍ଚ ଆରମ୍ଭ କରିଛି । କାରଣ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ହ୍ବାଟ୍ସଅପ ଚାଟରୁ ଜଣାପଡୁଛି ଯେ ସେ କିଛି ଡ୍ରଗ ଡିଲରଙ୍କ ସହ ସମ୍ପୃକ୍ତ ରହିଛନ୍ତି ।
ଆଜି ସିବିଆଇ ସାମ୍ନାରେ ରିୟା, ଚାଲିଛି ଜେରା - ଅଷ୍ଟମ ଦିନରେ ସିବିଆଇ ଯାଞ୍ଚ, ଜେରା ହେବେ ରିଆ
ଗୁରୁବାର ସିବିଆଇର ଗୋଟିଏ ଟିମ ରିୟାଙ୍କ ଘରକୁ ଯିବା ସହ ତାଙ୍କ ଭାଇ ସୌଭିକଙ୍କୁ ଡିଆରଡିଓ ଗେଷ୍ଟ ହାଉସକୁ ଡକାଇଥିଲା । ଆଜି ରିଆଙ୍କୁ ପଚରାଉଚରା କରୁଛି ସିବିଆଇ ।
![ଆଜି ସିବିଆଇ ସାମ୍ନାରେ ରିୟା, ଚାଲିଛି ଜେରା ଡିଜାଇନ ଫଟୋ](https://etvbharatimages.akamaized.net/etvbharat/prod-images/768-512-8588885-640-8588885-1598600144592.jpg)
ଡିଜାଇନ ଫଟୋ
ସେହିପରି ଗୁରୁବାର ରିଆଙ୍କ ଘରେ ସିବିଆଇର ଗୋଟିଏ ଟିମ ପହଞ୍ଚିଥିଲା । ଆଉ ଶୁକ୍ରବାର ସିବିଆଇ ରିଆଙ୍କୁ ପଚରାଉଚରା କରିବା ପାଇଁ ଡିଆରଡିଓ ଗେଷ୍ଟ ହାଉସକୁ ଡାକିଛି ।
ରିଆଙ୍କ ପୂର୍ବରୁ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗୁରୁବାର ଡିଆରଡିଓ ଅଫିସକୁ ଡକାଯାଇଥିଲା । ଆଉ ପାଖାପାଖି 12 ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଜେରା କରିଥିଲା ସିବିଆଇ । ପ୍ରକାଶ ଥାଉକି ଅନ୍ୟପଟେ ସୁଶାନ୍ତଙ୍କ ବନ୍ଧୁ, ଫ୍ଲାଟମେଣ୍ଟ ସିଦ୍ଧାର୍ଥ ପିଠାନୀ ମଧ୍ୟ ଲଗାତାର 7ଦିନ ଯାଏଁ ସିବିଆଇଙ୍କୁ ନିଜ ବୟାନ ଦେଇସାରିଲେଣି ।
Last Updated : Aug 28, 2020, 1:28 PM IST