ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଅନେକ ସେଲିବ୍ରିଟି ବଲିଉଡକୁ ନେଇ ଭିନ୍ନ ଭନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ବି-ଟାଉନର କୁଇନ କଙ୍ଗନା ରଣାୱତ ବଲିଉଡରେ ନିଜର ପୁରା ରାଗ ଜାହିର କରିଛନ୍ତି । ସେ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ଯୋଜନାବଦ୍ଧ ହତ୍ୟା ମଧ୍ୟ କହିଛନ୍ତି । କଙ୍ଗନାଙ୍କ ଏହି ଅଭିଯୋଗକୁ ଫେମସ କୁସ୍ତି ଯୋଦ୍ଧା ତଥା ବିଜେପି ନେତ୍ରୀ ବବିତା ଫୋଗାଟ ସମର୍ଥନ କରିଛନ୍ତି ।
ସେ କଙ୍ଗନାଙ୍କୁ କଥାକୁ ସମର୍ଥନ କରି ବଲିଉଡର ଫେମସ ନିର୍ମାତା କରନ ଜୋହରଙ୍କୁ ଟାର୍ଗେଟ କରିଛନ୍ତି । ସେ ଗୋଟିଏ ପରେ ଗୋଟିଏ ଟ୍ବିଟ କରି ନିଜ କ୍ରୋଧ ଜାହିର କରିବାରେ ଲାଗିଛନ୍ତି ।
ସେହିପରି ସେ ଟ୍ବିଟଲେ ଲେଖିଛନ୍ତି, ‘କଙ୍ଗନାଙ୍କ କଥା ମତେ ଏକଦମ ସତ ଲାଗୁଛି । ଯେଉଁ ଲୋକ ଛୋଟ ସହରରୁ ଆସୁଛନ୍ତି ବଲିଉଡରେ ସେମାନଙ୍କ ସହ ଭେଦଭାବ କରାଯାଉଛି । ଯାହା କେବେ ମଧ୍ୟ ହେବା କଥା ନୁହେଁ । ଫିଲ୍ମ ଇଣ୍ଡଷ୍ଟ୍ରି କାହାରି ଘରର ନୁହେଁ । ପରିବାରବାଦ ବଲିଉଡର ସବୁଠାରୁ ବଡ ରୋଗ ।
ଏହାକୁ ମୁଁ ନିକଟରୁ ଅନୁଭବ କରିଛି ମଧ୍ୟ । ଏବେ ସମୟ ଆସିଯାଇଛି ବଲିଉଡକୁ ପରିବାରବାଦରୁ ଅଲଗା କରିବା ପାଇଁ । ସବୁ ଦେଶବାସୀଙ୍କୁ ଏକଜୁଟ ହୋଇ ପରିବାରବାଦ ବିରୋଧରେ ସ୍ବର ଉଠାଇବା କଥା । ଆଉ ଭାଇ-ପୁତୁରାବାଦ ଫିଲ୍ମକୁ ଦେଖିବା ବନ୍ଦ କରିବା କଥା । ଜଣା ନାହିଁ ଏହି ପରିବାରବାଦ ପାଇଁ ଛୋଟ ସହରରୁ ଆସୁଥିବା ଆଉ କେତେ ଲୋକ ଆତ୍ମହତ୍ୟା କରିବେ ।’
ଆଉ ଏକ ଟ୍ବିଟରେ ସେ କରନଙ୍କ ଉପରେ ନିଜ ରାଗ ଜାହିର କରିଛନ୍ତି । ସେ ଲେଖିଛନ୍ତି, ‘କରନ ଜୋହର କିଏ? ଫିଲ୍ମ ଇଣ୍ଡଷ୍ଟ୍ରିରେ ପରିବାରବାଦ ବିସ୍ତାର କରି ରଖିଛନ୍ତି । ତାଙ୍କ ପରିବାର ପୁରା ଫିଲ୍ମ ଇଣ୍ଡଷ୍ଟ୍ରି କି । କେହି ତାଙ୍କୁ ମୁହଁବନ୍ଦ କଲା ଭଳି ଜବାବ କାହିଁକି ଦେଉନାହାଁନ୍ତି ।
ଜଣେ ଆମର ବାଘୁଣୀ ଭଉଣୀ କଙ୍ଗନା ଅଛନ୍ତି ଯିଏ ତାଙ୍କୁ କଡା ଜବାବ ଦିଅନ୍ତି । କରନଙ୍କ ଗ୍ୟାଙ୍ଗର ସବୁ ଫିଲ୍ମକୁ ବଏକଟ କରାଯାଉ । ବିହାରର ଏକ ଛୋଟ ସହରରୁ ଆସିଥିବା ସୁଶାନ୍ତ ସିଂଙ୍କ ପରି ଆମେ ଜଣେ ମହାନ ଅଭିନେତାଙ୍କୁ ହରାଇଛୁ । ଯଦି କରନ ଭଳି ଲୋକଙ୍କୁ ଆମେ ଏବେ ଉଚିତ୍ ଶିକ୍ଷା ନଦେବା ତେବେ ଆମେ ସୁଶାନ୍ତଙ୍କ ପରି ଅନେକ କଳାକାରଙ୍କୁ ହରାଇଦେବା ।’