ମୁମ୍ବାଇ: ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସୁସାଇଡ କେସରେ ନିକଟରେ ଡ୍ରଗ କନେକ୍ସନ କଥା ସାମ୍ନାକୁ ଆସିବା ପରଠୁ ମୁମ୍ବାଇରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଜୋରସୋରରେ ଯାଞ୍ଚ କରୁଛି । ବୁଧବାର ମୁମ୍ବାଇର କିଛି ଡ୍ରଗ ଡିଲରଙ୍କ ପର୍ଦା ଫାଶ କରି 7 ଜଣ ଡ୍ରଗ ଡିଲରଙ୍କୁ ଗିରଫ କରିଥିଲା । ଶୁଣିବାକୁ ମିଳୁଛି ଯେ ଗିରଫ ହୋଇଥିବା ଡିଲରଙ୍କ ସହ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ କନେକ୍ସନ ଅଛି । ଆଉ ଗୁରୁବାର ଏନସିବି ଜଣେ ଡ୍ରଗ ଡିଲରଙ୍କୁ ପଚରାଉଚରା ଜାରି ରଖିଛି । ଯିଏ ଡ୍ରଗ ଡିଲିଂ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ।
ଯେଉଁ ବ୍ୟକ୍ତିଙ୍କର ପରିଚୟ ପ୍ରକାଶ କରାଯାଇ ନାହିଁ, ସେ ଏହି ମାମଲାରେ ଫେଡେରାଲ ନିଶା ନିବାରଣ ସଂସ୍ଥା ଦ୍ବାରା ଗିରଫ ହୋଇଥିବା ବାସିଟ୍ ପାରିହର ସହିତ ସଂପୃକ୍ତ ଥିବା ଅଭିଯୋଗ ହୋଇଛି ।