ଓଡିଶା

odisha

ETV Bharat / sitara

ପାଖଉଛି ନିର୍ବାଚନ, ମଇଦାନକୁ ଓହ୍ଲାଇବେ ବିଜେପିର ଆକ୍ସନ ଷ୍ଟାର - ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ

ପୁଣି ରୋଡ ଶୋରେ ନଜର ଆସିବେ ଅଭିନେତା ତଥା ଗୁରୁଦାସପୁର ସାଂସଦ ସନ୍ନି ଦେଓଲ। ହରିୟାଣା ବିଧାନସଭା ନିର୍ବାଚନ ପାଇଁ ରୋଡ ଶୋ କରିବେ ସନ୍ନି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଦେଓଲ ଫ୍ୟାନକ୍ଲବ

By

Published : Oct 17, 2019, 12:59 PM IST

ଚଣ୍ଡିଗଡ: ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ବିଭିନ୍ନ ରାଜନୈତିକ ଦଳ ମୁଖ୍ୟତଃ ବିଜେପି ବର୍ତ୍ତମାନ ନିଜ ଷ୍ଟାର ପ୍ରଚାରକଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଯାଉଛି।

ହରିୟାଣାରେ କ୍ଷମତାସୀନ ବିଜେପି ବହୁ ବଡ ବଡ ନେତା ହରିୟାଣାରେ ନିର୍ବାଚନ ପ୍ରଚାର କରିସାରିଲେଣି । ଏହି କ୍ରମରେ ସାମିଲ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ହେଲେ ବର୍ତ୍ତମାନ ଦଳର ଷ୍ଟାର ପାୱାରଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଯାଉଛି। ମନ୍ତ୍ରୀଙ୍କ ପରେ ଏବେ ଅଭିନେତା ତଥା ଗୁରଦାସପୁର ସାଂସଦ ସନ୍ନି ଦେଓଲ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ନିଜ ଦଳ ପାଇଁ ରୋଡ ଶୋ କରିବେ।

ସେ ବିଜେପି ହରିୟାଣା ପ୍ରଦେଶ ଅଧ୍ୟକ୍ଷ ସୁଭାଷ ବରାଲାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଏହି ରୋଡ ଶୋ ରତିୟା ରୋଡରୁ ନେଇ ସିଆଈଏ ଷ୍ଟାଫ ଏବଂ ଲକଡ଼ ମାର୍କେଟ ମଧ୍ୟରେ ଆୟୋଜିତ ହେବ। ଖାଲି ଏତିକି ନୁହେଁ ସନ୍ନି ନାରନୌନ୍ଦର ବିଜେପି ପାର୍ଥୀ କ୍ୟାପ୍ଟେନ ଅଭିମନ୍ୟୁଙ୍କ ପାଇଁ ମଧ୍ୟ ପ୍ରଚାର କରିବେ।

ABOUT THE AUTHOR

...view details