ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସୁପରଷ୍ଟାର ସଲମାନ ଖାନଙ୍କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତାଙ୍କୁ ବାରମ୍ବାର ସୋସିଆଲ ମିଡିଆରେ ଟ୍ରୋଲ କରିବାରେ ଲାଗିଛନ୍ତି ୟୁଜର୍ସ । ଯାହାପରେ ସଲମାନ ଏକ ଟ୍ବିଟ କରି ନିଜ ଫ୍ୟାନ୍ସଙ୍କୁ ଅପିଲ କରିଥିଲେ ଯେ ସୁଶାନ୍ତଙ୍କ ଫ୍ୟାନ୍ସଙ୍କୁ ସପୋର୍ଟ କରିବାକୁ । ଏହାକୁ ଆଧାର କରି ତାଙ୍କୁ ପୁଣି ଅନେକ କଥା ଶୁଣିବାକୁ ମିଳିଛି । ହେଲେ ଏବେ ତାଙ୍କ ପାଉଁ ଫେମସ ଅଭିନେତା ସୁନୀଲ ଗ୍ରୋବର ୟଜର୍ସଙ୍କ ଟାର୍ଗେଟରେ ଆସିଛନ୍ତି।
କଥାଟି ହେଲା ଯେ ସଲମାନ ଟ୍ବିଟ ପରେ ତାଙ୍କ ସପୋର୍ଟରେ ସାମ୍ନାକୁ ଆସି ସୁନୀଲ ଏକ ଟ୍ବିଟ କରିଥିଲେ । ସେ ଲେଖିଥିଲେ, ‘ମୁଁ ସଲମାନ ସାରଙ୍କୁ ସମ୍ମାନ କରିବା ସହ ପ୍ରେମ ମଧ୍ୟ କରୁଛି ।’ ଏହାପରେ ଆଉ କଣ ଥିଲା ସୁଶାନ୍ତଙ୍କ ଫ୍ୟାନ୍ସଙ୍କ ରାଗ ତାଙ୍କ ଉପରେ ବର୍ଷିଯାଇଥିଲା ।