ମୁମ୍ବାଇ: ବି-ଟାଉନର ଆନ୍ନା ସୁନୀଲ ସେଟ୍ଟୀ ଫିଲ୍ମ ଠୁ ଅଧିକ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି । ସେ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିବା ପାଇଁ ନିଜ ସହ ସମ୍ପୃକ୍ତ କିଛି ନା କିଛି ସେୟାର କରନ୍ତି । ହେଲେ କିଛି ଦିନରୁ ସେ ନିଜର ଥ୍ରୋବ୍ୟାକ ଫଟୋ, ଭିଡିଓ ସେୟାର କରି ଚର୍ଚ୍ଚାରେ । ଏଥର ମଧ୍ୟ ସେ ନିଜର ଏକ ଥ୍ରୋବ୍ୟାକ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଖୁସ୍ କରି ଦେଇଛନ୍ତି । ଯେଉଁଥିରେ ତାଙ୍କ ମସଲ୍ସ ଦେଖିବାକୁ ମିଳୁଛି ।
ସେହିପରି ଇନଷ୍ଟାଗ୍ରାମରେ ସେ ଏହି ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ବାଇସେପ୍ ଦେଖାଇବା ପାଇଁ କିଛି ବି କରିବି ।’ ଏହାସହ ସେ ବାଇସେପ୍ ଇମୋଜି ମଧ୍ୟ ଦେଇଛନ୍ତି ।