ମୁମ୍ବାଇ: ଆକ୍ଟର ସୁରଜ ପଞ୍ଚୋଲୀଙ୍କ ନାମ ବାରମ୍ବାର ସୁଶାନ୍ତ ସିଂ ରାଜପୁତ ଓ ତାଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନଙ୍କ ଆତ୍ମହତ୍ୟା କେସରେ ସାମ୍ନାକୁ ଆସୁଛି । ନିକଟରେ ବିଜେପି ନେତା ନାୟାରଣ ରାଣେ ବୟାନରେ କହିଥିଲେ ଯେ ଦିଶାଙ୍କ ସହ ଗଣଦୁଷ୍କର୍ମ ହେବା ପରେ ତାଙ୍କୁ ହତ୍ୟା କରାଯାଇଥିଲା । ଆଉ ମୃତ୍ୟୁ ପୂର୍ବରୁ ସୁରଜଙ୍କ ତାଙ୍କ ସହ ଏକ ପାର୍ଟିରେ ଥିଲେ । ଅନ୍ୟପଟେ ଏହି ମାମଲାକୁ ଖଣ୍ଡନ କରିଥିଲେ ସୁରଜ ଓ ଦିଶାଙ୍କ ପରିବାର । ଇତିମଧ୍ୟରେ ସୁରଜଙ୍କ ମା, ଅଭିନେତ୍ରୀ ଜରୀନା ୱହାବ ଚର୍ଚ୍ଚାରେ ଆସିଛନ୍ତି । ସେ ସୁଶାନ୍ତଙ୍କ ମାମଲାରେ ସିବିଆଇ ଯାଞ୍ଚକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ।
ସୁଶାନ୍ତ କେସରେ ସିବିଆଇ ଏଣ୍ଟ୍ରିକୁ ସମର୍ଥନ କଲେ ସୁରଜଙ୍କ ମା' ଜରୀନା - ସାମ୍ନାକୁ ଆସିଲା ସୁରଜଙ୍କ ମା' ଜରୀନାଙ୍କ ପ୍ରତିକ୍ରିୟା
ସାମ୍ନାକୁ ଆସିଲା ସୁରଜଙ୍କ ମା' ଜରୀନାଙ୍କ ପ୍ରତିକ୍ରିୟା । ସୁଶାନ୍ତଙ୍କ ମାମଲା ସହ ସୁରଜଙ୍କ ଉପରେ ଲାଗିଥିବା ଅଭିଯୋଗକୁ ନେଇ ଭାଙ୍ଗିଲେ ମୌନ ବ୍ରତ ।
ଏହାସହ ସେ ସୁଶାନ୍ତଙ୍କ କେସରେ ସୁରଜଙ୍କ ନାମ ସମ୍ପୃକ୍ତ କରାଯାଉଥିବା ଉପରେ ମଧ୍ୟ ଅନେକ କଥା କହିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ମୁଁ ଏହି କଥାରେ ବହୁତ ଖୁସି ଅଛି ସୁଶାନ୍ତ ଓ ରିଆଙ୍କ କେସରେ ସିବିଆଇର ଏଣ୍ଟ୍ରିକୁ ନେଇ । ଏବେ ସତ ସାମ୍ନାକୁ ଆସିବ । ଜଣାନାହିଁ ଏବେ କାହାରି ଉପରେ ଭରସା ମଧ୍ୟ ଆସୁନାହିଁ । ଏପରି ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଆଉ ଯାହାକୁ ନେଇ ଲୋକଙ୍କ ହୃଦୟରେ ପରସ୍ପର ପ୍ରତି ଘୃଣାଭାବ ଜାତ ହେଉଛି । ଯେଉଁମାନେ ପରିବାରବାଦ ଉପରେ ପବ୍ଲିସିଟି କରୁଛନ୍ତି ସେମାନଙ୍କୁ ସମସ୍ତେ ଜାଣିଛନ୍ତି । ଭାଗ୍ୟରେ ଯାହା ଥାଏ ତାହାଠୁ ଅଧିକ କିମ୍ବା କମ୍ କାହାକୁ ମିଳେନାହିଁ । ଭଗବାନ ସୁରଜଙ୍କ ପରୀକ୍ଷା ନେଉଛନ୍ତି । ଯେବେ ମୋ ପୁଅ କହୁଛି ସେ ସୁଶାନ୍ତଙ୍କ ସହ ଦୁଇ କିମ୍ବା ତିନିଥର ଦେଖା ହୋଇଥିଲେ , ଆଉ ତାଙ୍କୁ ଭଲ ରୂପେ ଜାଣିବି ନାହିଁନ୍ତି । ଏହା ସତ୍ତ୍ବେ ଲୋକ ସୁରଜଙ୍କ ପଛରେ ଜାଣିଶୁଣି ପଡିଛନ୍ତି । ଆପଣକୁ ଜଣାନାହିଁ ଯେ ସୁରଜଙ୍କ ସିବିଆଇ ଯାଞ୍ଚ ହୋଇସାରିଛି । ହେଲେ ଯେବେ ତାରିଖ ଆସେ ଅନ୍ୟ ପକ୍ଷ ତରଫରୁ କେହି ଆସନ୍ତି ନାହିଁ । ଅପରପକ୍ଷେ ସୁରଜ କୋର୍ଟକୁ ଆସୁନାହାଁନ୍ତି ବୋଲି ଅଭିଯୋଗ ହୋଇଛି । ଯାହା ଠିକ୍ କଥା ନୁହେଁ ।’