ଓଡିଶା

odisha

ETV Bharat / sitara

ଆରବ ସାଗରରେ ମାଡି ଆସୁଛି ପ୍ରଳୟଙ୍କାରୀ ବାତ୍ୟା, ଫସିଥିବା ଲୋକଙ୍କୁ ସାହାଯ୍ୟ ପାଇଁ ସୋନୁଙ୍କ ଅପିଲ - ଅଭିନେତା ସୋନୁ ସୁଦ ଟ୍ବିଟ ଭାଇରାଲ

ଟ୍ବିଟ କରି ସରକାରଙ୍କୁ ଆରବ ସାଗର ମଧ୍ୟ ଭାଗରେ ଫସି ରହିଥିବା ଲୋକଙ୍କ ଜୀବନ ବଞ୍ଚାଇବାକୁ କର୍ଣ୍ଣାଟକ ସିଏମଙ୍କୁ ଅନୁରୋଧ କରିଥିଲେ ସୋନୁ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : May 17, 2021, 10:25 AM IST

ମୁମ୍ବାଇ: କ୍ଷୀପ୍ର ଗତିରେ ମାଡି ଆସୁଛି ତାଉ’ତେ । ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛି ପ୍ରଶାସନ । ସୁରଟରେ 80 କିଲୋମିଟର ପ୍ରତି ଘଣ୍ଟା ପବନ ବହିବାର ସମ୍ଭାବନା । ସେପଟେ ପାଣିପାଗ ବିଭାଗ ସୋମବାର ତାଉ'ତେ ବିଷୟରେ ଚେତାବନୀ ଦେଇଛି | ସେହିପରି ଅଭିନେତା ସୋନୁ ସୁଦ ଝଡ଼ ଯୋଗୁଁ ଆରବ ସାଗରରେ ଫସି ରହିଥିବା ଲୋକଙ୍କ ପାଇଁ ଚିନ୍ତା ପ୍ରକଟ କରିଥିଲେ ।

କୋରୋନା କାଳରେ ଲୋକଙ୍କ ସେବାରେ ଲାଗିଥିବା ସୋନୁ ରବିବାର ଟ୍ବିଟ କରି ଲେଖିଥିଲେ, ‘ଝଡ଼ ଯୋଗୁଁ ଆରବ ସାଗର ମଧ୍ୟ ଭାଗରେ ଫସି ରହିଥିବା ଲୋକଙ୍କ ଜୀବନ ଆମକୁ ବଞ୍ଚାଇବାକୁ ପଡିବ। ମୁଖ୍ୟମନ୍ତ୍ରୀ ସାର୍, ଏହି ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ଆମର କୌଶଳ ଏବଂ ଶକ୍ତି ବ୍ୟବହାର କରିବାକୁ ମୁଁ ଅନୁରୋଧ କରୁଛି ।’

ପ୍ରକାଶ ଥାଉକି ସୋମବାର ସକାଳେ ମୁମ୍ବାଇରେ ତାଉ'ତେ ପ୍ରଭାବରେ ହାଲକା ବର୍ଷା ସହ ପ୍ରବଳ ପବନ ବହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ ଅନୁଯାୟୀ, ଆସନ୍ତା 3 ଘଣ୍ଟା ମଧ୍ୟରେ ମୁମ୍ବାଇ, ଥାନେ, ରାଇଗଡ, ପାଲଘର ଏବଂ ରତ୍ନାଗିରି ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।

ABOUT THE AUTHOR

...view details