ଓଡିଶା

odisha

ETV Bharat / sitara

ବିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦଙ୍କୁ ଭେଟିଲେ ସୋନୁ

କିଛି ଦିନ ହେଲାଣି ସୋନୁ ବେଆଇନ ହୋଟେଲ ନିର୍ମାଣକୁ ନେଇ ସମସ୍ୟା ଘେରରେ ରହିଆସୁଛନ୍ତି । ଇତିମଧ୍ୟରେ ସେ ଏନସିପି ମୁଖ୍ୟ ଶରଦଙ୍କୁ ଭେଟି ଚର୍ଚ୍ଚାରେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@ଏଏନଆଇ
ଫଟୋ ସୌଜନ୍ୟ: ଟ୍ବିଟର@ଏଏନଆଇ

By

Published : Jan 13, 2021, 1:32 PM IST

ମୁମ୍ବାଇ:ବମ୍ବେ ହାଇକୋର୍ଟ ଅଭିନେତା ସୋନୁ ସୁଦଙ୍କ ବେଆଇନ କୋଠା ନିର୍ମାଣ ମାମଲାରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିଛନ୍ତି । ଜୁହୁରେ ଥିବା ବେଆଇନ ହୋଟେଲ ପାଇଁ ବ୍ରିହାନ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଦ୍ବାରା ଜାରି ହୋଇଥିବା ନୋଟିସକୁ ସ୍ଥଗିତ ରଖିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଏହି ବିବାଦ ମଧ୍ୟରେ ସୋନୁ ବୁଧବାର ଦିନ ଜାତୀୟ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବାକୁ ଯାଇଥିଲେ ।

ଦୁଇଜଣଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ଏହି ସାକ୍ଷାତରେ ଶରଦଙ୍କ ସହ ସୋନୁ କଣ କଥା ହେଲେ ତାହା ନେଇ ସୂଚନା ଏଯାବତ ଦେଇନାହାଁନ୍ତି ।

ପ୍ରକାଶ ଥାଉକି ଅକ୍ଟୋବର 2020ରେ, ବିଏମସି ଦ୍ବାରା ନୋଟିସ ବାତିଲ କରିବାକୁ ସୋନୁଙ୍କ ଆବେଦନକୁ ଏକ ସିଭିଲ କୋର୍ଟ ଖାରଜ କରିଦେଇଥିଲେ । ଏହା ପରେ ଅଭିନେତା ବମ୍ବେ ହାଇକୋର୍ଟରେ ବିଏମସି ଜାରି କରିଥିବା ନୋଟିସକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଦାଖଲ କରିଥିଲେ । ଏମାସ 13 ତାରିଖ ଅର୍ଥାତ୍ ଆଜି ପର୍ଯ୍ୟନ୍ତ ଏହି ମାମଲାରେ ହାଇକୋର୍ଟ ଅଭିନେତାଙ୍କୁ ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ କରିଥିଲେ ।

ABOUT THE AUTHOR

...view details