ମୁମ୍ବାଇ: ଦେଶରେ ବଢୁଥିବା କୋରୋନା ମାମଲା ମଧ୍ୟରେ ଅଭିନେତା ସୋନୁ ସୁଦ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ସେ କେବଳ ସୋସିଆଲ ମିଡିଆରେ ସାହାଯ୍ୟ ଲୋଡ଼ୁଥିବା ଲୋକଙ୍କୁ ପ୍ରତିକ୍ରିୟା ଦେଉନାହାଁନ୍ତି ବରଂ ଯଥାଶୀଘ୍ର ସେମାନଙ୍କ ନିକଟରେ ପହଞ୍ଚୁଛନ୍ତି । ସୋନୁ କୋରୋନା ଅବଧି ସମୟରେ ଅମ୍ଳଜାନ ସିଲିଣ୍ଡରରୁ ନେଇ ଡାକ୍ତରଖାନାରେ ଶଯ୍ୟା ପର୍ଯ୍ୟନ୍ତ ବ୍ୟବସ୍ଥା କରୁଛନ୍ତି । ଇତିମଧ୍ୟରେ ସେ ଜଣାଇଛନ୍ତି ଯେ ତାଙ୍କୁ ଗୋଟିଏ ଦିନରେ ଏତେ ସାହାଯ୍ୟ ମେସେଜ ଆସୁଛି ଯେ ପ୍ରତ୍ୟେକ ସ୍ତରରେ ପହଞ୍ଚିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ।
ଲୋକଙ୍କୁ ସାହାଯ୍ୟ କରିବାକୁ ସୋନୁଙ୍କୁ ଲାଗିବ 14 ବର୍ଷ, ଜାଣନ୍ତୁ କାହିଁକି? - ଭାଇରାଲ ହେଲା ସୋନୁ ସୁଦଙ୍କ ଟ୍ବିଟ
ଗୋଟିଏ ଦିନରେ ସୋନୁଙ୍କ ସାହାଯ୍ୟ ଲୋଡୁଛନ୍ତି ହଜାର ହଜାର ଲୋକ । ଯାହା ଉପରେ ପ୍ରତିକ୍ରିୟା ରଖି ଚର୍ଚ୍ଚାରେ ଅଭିନେତା । ଅଧିକ ପଢନ୍ତୁ...
କଥାଟି ହେଲା ଯେ ରବିବାର ସେ ଏକ ଟ୍ବିଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ, ‘ଗତକାଲି ମୁଁ ପ୍ରାୟ 41660 ଆବେଦନ ଗ୍ରହଣ କରିଥିଲି । ଆମେ ଆମ ତରଫରୁ ସମସ୍ତଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛୁ, ଯାହା ଆମେ କରିପାରିବୁ ନାହିଁ। ଯଦି ଆମେ ସମସ୍ତଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁ, ଏହା କରିବାକୁ ମୋତେ 14 ବର୍ଷ ଲାଗିବ । ଯାହାର ଅର୍ଥ 2035 ବର୍ଷ ହୋଇଯିବ।’
ସେପଟେ ସୋନୁଙ୍କ ଏହି ପୋଷ୍ଟରେ ଫ୍ୟାନ୍ସଙ୍କ କମେଣ୍ଟ ଦେଖିବାକୁ ମିଳୁଛି । ପ୍ରାୟ ସମସ୍ତେ ତାଙ୍କ କଥା ସହମତ ଦେଖାଉଛନ୍ତି । କାରଣ ସୋନୁ ସବୁ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା ଚଳାଇଛନ୍ତି । ଯଦି ସରକାର ତାଙ୍କୁ ସହଯୋଗର ହାତ ବଢାନ୍ତେ ତେବେ ସେ ସମସ୍ତଙ୍କୁ ସାହାଯ୍ୟ କରିବାରେ ସକ୍ଷମ ହୁଅନ୍ତି ବୋଲି କହୁଛନ୍ତି ଫ୍ୟାନ୍ସ ।