ଓଡିଶା

odisha

By

Published : Apr 7, 2021, 1:30 PM IST

ETV Bharat / sitara

ଟିକା ନେଇ ‘ସଞ୍ଜିବନୀ’ ଅଭିଯାନ ଆରମ୍ଭ କଲେ ସୋନୁ

ଏଥରେ ଟୀକାକରଣ ପାଇଁ ଦେଶବାସୀଙ୍କୁ ସଚେତନା ବାର୍ତ୍ତା ବାଣ୍ଟିବେ ସୋନୁ । ଆରମ୍ଭ କଲେ ସଞ୍ଜିବନୀ ଅଭିଯାନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର

ମୁମ୍ବାଇ: କୋରୋନାରୁ ସୁରକ୍ଷିତ ରହିବା ପାଇଁ ବୁଧବାର କୋରୋନା ଟିକା ନେଲେ ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ । ପଞ୍ଜାବର ଅମୃତସରର ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଅଭିନେତାଙ୍କୁ ଟିକା ଦିଆଯାଇଛି । ଏହାସହ ସୋନୁ ଲୋକଙ୍କୁ ଟୀକାକରଣ ତଥା ସଚେତନତା ସୃଷ୍ଟି କରିବାକୁ ଉତ୍ସାହିତ କରିବା ପାଇଁ ଏକ ଅଭିଯାନ ‘ସଞ୍ଜିବନୀ: ଏକ ସଟ୍ ଅଫ୍ ଲାଇଫ୍’ ମଧ୍ୟ ଆରମ୍ଭ କରିଛନ୍ତି ।

ଏହା ବିଷୟରେ ଆଲୋଚନା କରି ସେ କହିଛନ୍ତି, ‘ମୁଁ ଏହି ଅଭିଯାନ ଆରମ୍ଭ କରିବାକୁ ଚାହୁଁଥିଲି କାରଣ ମୁଁ ଅନୁଭବ କରୁଛି ଯେ ସେହି ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ଯେଉଁମାନେ ଟୀକାକରଣ କରିବେ କି ନାହିଁ ଚିନ୍ତା କରୁଛନ୍ତି । ପରିବାର ସଦସ୍ୟମାନେ ସେମାନଙ୍କର ବୟସ୍କମାନଙ୍କୁ, ଟୀକାକରଣ କରିବାକୁ ନେବା ଉଚିତ୍ | ନିକଟ ଭବିଷ୍ୟତରେ ଆମେ ସମ୍ମୁଖୀନ ହେବାକୁ ଯାଉଥିବା ସମୟରୁ ଏହା ସେମାନଙ୍କୁ ବଞ୍ଚାଇବାରେ ସାହାଯ୍ୟ କରିବ ।’

ଖାଲି ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି, ‘ଆମେ ଅନେକ ଜିଲ୍ଲା ସହ ପଞ୍ଜାବ ଏବଂ ବିଭିନ୍ନ ରାଜ୍ୟର ଅନେକ ଗାଁରେ ଏହା କରୁଛୁ । ସଚେତନତା ଜରିଆରେ ଲୋକଙ୍କର ଥିବା ଦ୍ବିଗୁଣ ଚିନ୍ତାଧାରାକୁ ଦୂର କରିପାରିବୁ । ସେଥିପାଇଁ ମୁଁ ସମସ୍ତଙ୍କ ସାମ୍ନାରେ ଟୀକାକରଣ କରିବାକୁ ଚାହୁଁଥିଲି ଏବଂ ବାର୍ତ୍ତା ପଠାଇବାକୁ ଚାହୁଁଥିଲି । ଯାହା ସମସ୍ତେ ଜାଣିପାରିବେ ଯେ ଟିକା ନେବା ପାଇଁ ଦୁଇଥର ଚିନ୍ତା କରିବା ଦରକାର ନାହିଁ । ଆମେ ଅନେକ ଶିବିର ଆରମ୍ଭ କରିବୁ । ଏହା ହେଉଛି ଏକ ଆନ୍ଦୋଳନ ଯାହା ଜରିଆରେ ଆମେ ସଚେତନତା ବୃଦ୍ଧି କରିବାକୁ ଚେଷ୍ଟା କରୁଛୁ ।’

@IANS

ABOUT THE AUTHOR

...view details