ମୁମ୍ବାଇ: ବୁଧବାର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) କୋରୋନାର କୋଭିସିଲ୍ଡ ଭ୍ୟାକ୍ସିନର ମୂଲ୍ୟ ଧାର୍ଯ୍ୟ କରିଛନ୍ତି । ଏହି ଘୋଷଣାରେ କମ୍ପାନୀ କହିଛି ଯେ ରାଜ୍ୟ ସରକାର 400 ଟଙ୍କା ଦେବେ ଓ ଘରୋଇ ଡାକ୍ତରଖାନାକୁ ଏଥିପାଇଁ 600 ଟଙ୍କା ଦେବାକୁ ପଡିବ। ଏବେ ଏହି ଘୋଷଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ବଲିଉଡର କିଛି ସେଲିବ୍ରିଟି । ଏହି କ୍ରମରେ ସାମିଲ ଅଛନ୍ତି ସୋନୁ ସୁଦ ଓ ଫରହାନ ଅଖତରଙ୍କ ଭଳି କଳାକାର ।
ସୋନୁ ଅନୁଭବ କରନ୍ତି ଯେ କୋଭିଡ ପ୍ରତିଷେଧକ ଟିକା ମାଗଣାରେ ଅଭାବୀ ଲୋକମାନଙ୍କ ପାଇଁ ଉପଲବ୍ଧ ହେବା ଉଚିତ ଏବଂ ମୂଲ୍ୟ ଉପରେ ଏକ କ୍ୟାପ ରହିବା କଥା । ସେହିପରି ସେ ଟ୍ବିଟ କରି ଲେଖିଛନ୍ତି, ‘ପ୍ରତ୍ୟେକ ଅଭାବୀ ଲୋକଙ୍କୁ ମାଗଣାରେ ଟିକା ଯୋଗାଇବା ଦରକାର । ମୂଲ୍ୟ ଉପରେ ଏକ କ୍ୟାପ୍ ରଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କର୍ପୋରେଟ୍ ଏବଂ ବ୍ୟକ୍ତିବିଶେଷ ଯେଉଁମାନେ ସାମର୍ଥ୍ୟ କରିପାରିବେ ସମସ୍ତଙ୍କୁ ଟୀକାକରଣରେ ସାହାଯ୍ୟ କରିବା ପାଇଁ ଆଗକୁ ଆସିବା ପଡିବ। ଏହି ବିଜନେସ ଆଉ କେବେ କରିନେବା । ଏବେ ନୁହେଁ ।’