ମୁମ୍ବାଇ: ଗତ ବର୍ଷରୁ କୋରୋନା କାଳରେ ଦେଶବାସୀଙ୍କ ସେବା କରି ସମସ୍ତଙ୍କ ଦେବଦୂତ ସାଜିଛନ୍ତି ସୋନୁ ସୁଦ । ସୋସିଆଲ ମିଡିଆରେ ଅଭାବୀଙ୍କ ଦୁଃଖ ଦେଖି ସଙ୍ଗେ ସଙ୍ଗେ ସାହାଯ୍ୟ କରିବାକୁ ପହଞ୍ଚି ଯାଉଛନ୍ତି ସେ। ତାଙ୍କର ଏହି ମହାନତା ପାଇଁ ଆଜି ସବୁ ମହଲରେ ତାଙ୍କର ପ୍ରଶଂସା । ଇତିମଧ୍ୟରେ ସେ ଏକ ଟ୍ବିଟକୁ ନେଇ ଚର୍ଚ୍ଚାରେ । ଯେଉଁଥିରେ ସେ ଡାକ୍ତରଙ୍କୁ ସିଧାସଳଖ ପ୍ରଶ୍ନ ପଚାରିଛନ୍ତି ।
ଡାକ୍ତରଙ୍କୁ ସୋନୁଙ୍କ ପ୍ରଶ୍ନ, କହିଲେ ଆମ ପାଖରେ ଅନ୍ୟ ଔଷଧ ନାହିଁ କି? - କୋରୋନା କାଳ
ଭାଇରାଲ ହେଉଛି ସୋନୁଙ୍କ ନୂଆ ଟ୍ବିଟ । ଯେଉଁଥିରେ ସେ ଦେଶର ଡାକ୍ତରଙ୍କୁ ପଚାରିଛନ୍ତି କଡା ପ୍ରଶ୍ନ । ଅଧିକ ପଢନ୍ତୁ...
![ଡାକ୍ତରଙ୍କୁ ସୋନୁଙ୍କ ପ୍ରଶ୍ନ, କହିଲେ ଆମ ପାଖରେ ଅନ୍ୟ ଔଷଧ ନାହିଁ କି? ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ](https://etvbharatimages.akamaized.net/etvbharat/prod-images/768-512-11815185-thumbnail-3x2-sonu.jpeg)
କଥାଟି ହେଲା ଯେ ମଙ୍ଗଳବାର ସେ ଏକ ଟ୍ବିଟ କରି ଲେଖିଥିଲେ, ‘ଏକ ସରଳ ପ୍ରଶ୍ନ ଅଛି, ଯେତେବେଳେ ସମସ୍ତେ ଜାଣନ୍ତି ଯେ ଏହି ନିର୍ଦ୍ଦିଷ୍ଟ ଇଞ୍ଜେକ୍ସନ କୌଣସି ସ୍ଥାନରେ ଉପଲବ୍ଧ ନାହିଁ, ତେବେ ଡାକ୍ତରମାନେ କାହିଁକି ଏହାକୁ ପ୍ରୟୋଗ କରିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି? ଯେତେବେଳେ ଡାକ୍ତରଖାନା ଏହି ଔଷଧ ପାଇବାରେ ଅସମର୍ଥ, ଜଣେ ସାଧାରଣ ଲୋକ ଏହାକୁ କେଉଁଠୁ ପାଇବ? ଲୋକଙ୍କୁ ବଞ୍ଚାଇବା ପାଇଁ ଆମେ କାହିଁକି ଅନ୍ୟ କୌଣସି ଔଷଧର ବ୍ୟବହାର କରିପାରୁନାହୁଁ?’
ସୋନୁଙ୍କ ଏହି ଟ୍ବିଟ ବୋଧହୁଏ ରେମଡେସିଭର ଇଞ୍ଜେକ୍ସନ୍ ବିଷୟରେ, ଯାହା ଉପରେ ସେ ଡାକ୍ତରଙ୍କୁ ପ୍ରଶ୍ନ କରିଛନ୍ତି। ଅଭିନେତାଙ୍କ ଏହି ଟ୍ବିଟ ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି। ସେପଟେ ଫ୍ୟାନ୍ସ ମଧ୍ୟ କମେଣ୍ଟ କରି ସମର୍ଥନ କରୁଥିବାର ନଜର ଆସୁଛନ୍ତି ।