ଓଡିଶା

odisha

ETV Bharat / sitara

ଅଭାବୀ ପିଲାଙ୍କ ଚିନ୍ତାରେ ସୋନୁ, ସରକାରଙ୍କୁ କଲେ ଏମିତି ଅପିଲ

ଏଥର ସୋନୁ ଚାହୁଁଛନ୍ତି ଯେଉଁ ପିଲାମାନେ କୋରୋନାରେ ନିଜ ପରିବାରର ସଦ୍ୟସଙ୍କୁ ହରାଉଛନ୍ତି, ସେମାନଙ୍କ ଭବିଷ୍ୟତ ବିଷୟରେ ସରକାର ବଡ ନିଷ୍ପତ୍ତି ନିଅନ୍ତୁ ବୋଲି । ଅଧିକ ପଢନ୍ତୁ...

By

Published : Apr 30, 2021, 10:36 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: କୋରୋନା ମହାମାରୀରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କର ଭବିଷ୍ୟତକୁ ନେଇ ଚିନ୍ତାରେ ସୋନୁ ସୁଦ । ସରକାରଙ୍କୁ କଲେ ଖାସ୍ ଅପିଲ । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଏହି ମହାମାରୀରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କର ଭବିଷ୍ୟତ ବିଷୟରେ ଚିନ୍ତା କରିବାକୁ ସରକାର ଏବଂ ଦାନକାରୀ ସଂସ୍ଥାକୁ ନିବେଦନ କରିଛନ୍ତି।

ସେହିପରି ସେ କହିଛନ୍ତି, ‘ମୁଁ ରାଜ୍ୟ ସରକାର, କେନ୍ଦ୍ର ସରକାର କିମ୍ବା ଯେକୌଣସି ଅନୁଷ୍ଠାନକୁ କହିବାକୁ ଚାହୁଁଛି ଯେ ସେହି ପିଲାଙ୍କୁ ସାହାଯ୍ୟ କରିବା ଦରକାର। ଯେଉଁମାନେ କୋରୋନାରେ ନିଜ ମାତା-ପିତାଙ୍କୁ ହରାଉଛନ୍ତି । ଏକ ନିୟମ ରହିବା ଉଚିତ ଯେ କୋରୋନା ସମୟରେ ଯିଏ ପରିବାରର ସଦସ୍ୟଙ୍କୁ ହରାଇଛନ୍ତି, ସେହି ପିଲାଙ୍କର ଶିକ୍ଷା, ସ୍କୁଲରୁ କଲେଜ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟରେ ହେଉ କିମ୍ବା ଘରୋଇ ବିଦ୍ୟାଳୟରେ ହେଉ, ବିନା ମୂଲ୍ୟରେ ହେବା ଉଚିତ୍।’

ସେପଟେ ସୋନୁଙ୍କ ଏହି ଅପିଲ ସମସ୍ତଙ୍କ ମୁହଁରେ ହସ ଫୁଟାଇଛି । ଫ୍ୟାନ୍ସଙ୍କ ଠୁ ନେଇ ସେଲିବ୍ରିଟି ଫ୍ରେଣ୍ଡ ମଧ୍ୟ ତାଙ୍କ ପ୍ରଶଂସା କରୁଥିବାର ନଜର ଆସୁଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ବରୁଣ ଧୱନ ଓ ସୋହ୍ନାକ୍ଷୀ ସିହ୍ନା ଭଳି କଳାକାର । ଏହି ଦୁଇ ସେଲିବ୍ରିଟି ସୋନୁଙ୍କ ଏହି ପୋଷ୍ଟରୁ ରିପୋର୍ଟ କରି ସରକାରଙ୍କୁ ସମାନ ବିଷୟରେ ଅପିଲ କରିଛନ୍ତି । ପ୍ରକାଶ ଥାଉକି ନିକଟରେ ସୋନୁଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ହେଲେ ଏବେ ସେ ସୁସ୍ଥ ହୋଇ ପୁଣି ଦେଶବାସୀଙ୍କ ସେବାରେ ଲାଗିପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details