ଓଡିଶା

odisha

By

Published : Feb 11, 2021, 1:49 PM IST

ETV Bharat / sitara

ଦୀପିକାଙ୍କୁ ଡରୁଥିଲେ ସିଦ୍ଧାନ୍ତ, ଜାଣନ୍ତୁ କାହିଁକି...

ବର୍ତ୍ତମାନ ନିଜର ଆଗାମୀ ଫିଲ୍ମର ସୁଟିଂରେ ବ୍ୟସ୍ତ ସିଦ୍ଧାନ୍ତ । ସେପଟେ ଦୀପିକାଙ୍କୁ ନେଇ ସେୟାର କଲେ ମନ କଥା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ନିର୍ଦ୍ଦେଶକ ଶକୁନ ବାତ୍ରାଙ୍କ ଅପକମିଂ ଫିଲ୍ମରେ ବି-ଟାଉନର ପଦ୍ମବତୀ ଦୀପିକା ପାଦୁକୋନଙ୍କ ସହ ନବାଗତ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ନଜର ଆସିବେ । ଯାହାର ସୁଟିଂ ଗତ ବର୍ଷରୁ ଆରମ୍ଭ କରିଦେଇଛନ୍ତି ମେକର୍ସ । ସିଦ୍ଧାନ୍ତ ଏହାପୂର୍ବରୁ ଦୀପିକାଙ୍କ ସ୍ବାମୀ ତଥା ଅଭିନେତା ରଣବୀର ସିଂଙ୍କ ସୁପରହିଟ୍ ଫିଲ୍ମ ‘ଗଲି ବୟ’ରେ ଅଭିନୟ ଥିଲେ । ଇତିମଧ୍ୟରେ ଦୀପିକାଙ୍କ ସହ କାମ କରିବାକୁ ନେଇ ଆଶ୍ଚର୍ଯ୍ୟକର କଥା କହିଛନ୍ତି ସେ ।

କାରଣ ଦୀପିକାଙ୍କ ସହ ପ୍ରଥମଥର କାମ କରିବାକୁ ନେଇ ନର୍ଭସ ଥିଲେ ସେ ବୋଲି ସମସ୍ତଙ୍କୁ ଜଣାଇଛନ୍ତି । ଆଉ ଏକ ସାକ୍ଷାତକାରରେ କହିଛନ୍ତି, ‘ଦୀପିକା ଅତ୍ୟନ୍ତ ପ୍ରତିଭାଶାଳୀ । ସେ ଆମର ଜଣେ ସିନିୟର ଅଭିନେତ୍ରୀ ଏବଂ ସୁନ୍ଦରୀ ମଧ୍ୟ । ମୁଁ ତାଙ୍କ ସହିତ ସ୍କ୍ରିନ୍ ସେୟାର କରିବା ପାଇଁ ବହୁତ ନର୍ଭସ ଥିଲି । ସୁଟିଂ ଆରମ୍ଭ ହେବା ପୂର୍ବରୁ କିପରି ତାଙ୍କ ସହ କାମ କରିବି ବୋଲି ସବୁବେଳେ ଭାବୁଥିଲି, କିନ୍ତୁ ଏହା ପ୍ରକୃତରେ ଭଲ ସାବ୍ୟସ୍ତ ହୋଇଛି । ସେ ଅତ୍ୟନ୍ତ ସରଳ ମହିଳା । ଏଥିପାଇଁ ଆମେ ମଜାମସ୍ତିରେ ଏକାଠି କାମ କରୁଛୁ ।’

ABOUT THE AUTHOR

...view details