ଓଡିଶା

odisha

ETV Bharat / sitara

ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଟ୍ବିଟର ପ୍ରଫାଇଲ ବଦଳାଇଲେ ଶେଖର - ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଟ୍ବିଟର ପ୍ରୋଫାଇଲ ବଦଳାଇଲେ ଶେଖର

ପୁଣିଥରେ ସୁଶାନ୍ତଙ୍କୁ ମନେ ପକାଇ ଦୁଃଖି ନଜର ଆସିଲେ ଶେଖର ସୁମନ। ଏହାସହ ସେ ଏକ ଭିଡିଓ ସେୟାର କରି ମଧ୍ୟ ଚର୍ଚ୍ଚାରେ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jul 14, 2020, 10:41 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆଜିଠୁ ଠିକ୍ ଏକ ମାସେ ପୂର୍ବେ ଆତ୍ମହତ୍ୟା କରିଥିଲେ । ଯାହାକୁ ନେଇ ଏଯାବତ ସମସ୍ତେ ଦୁଃଖି । ସେପଟେ ତାଙ୍କ ସ୍ମୃତିରେ ମଙ୍ଗଳବାର ଅନେକ ସେଲିବ୍ରିଟି ଭାବୁକଭରା ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିସାରିଲେଣି । ଆଉ ଏବେ ଫେମସ ଅଭିନେତା ଶେଖର ସୁମନ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ପୁଣିଥରେ ଆଉଟସାଇଡର ପ୍ରସଙ୍ଗ ଉଠାଇଛନ୍ତି।

ସୁଶାନ୍ତଙ୍କ ନିଧନ ପରଠୁ ଶେଖ କ୍ରମାଗତ ଭାବେ ଏହି ମାମଲାରେ ସିବିଆଇ ଯାଞ୍ଚ ଦାବି କରିଆସୁଛନ୍ତି । ସେ ସୁଶାନ୍ତଙ୍କ ପାଟନା ସ୍ଥିତ ଘରକୁ ମଧ୍ୟ ଯାଇଥିଲେ। ସେଠାରେ ତାଙ୍କ ପିତା କେକେ ସିଂଙ୍କ ସହ ସାକ୍ଷାତ କରି ଅନେକ କଥାବାର୍ତ୍ତା କରିଥିଲେ।

ସେହିପରି ଏବେ ସେ ସୁଶାନ୍ତଙ୍କୁ ମନେ ନିଜ ଟ୍ବିଟର ଆକାଉଣ୍ଟର ପ୍ରୋଫାଇଲ ଫଟୋ ବଦଳାଇ ଦେଇଛନ୍ତି । ଯେଉଁଥିରେ ସେ ସୁଶାନ୍ତଙ୍କ ଫଟୋ ସହ ନିଜର ଏକ ଫଟୋକୁ କୋଲାଜ କରିଛନ୍ତି।

ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଲେଖିଛନ୍ତି, ‘ସୁଶାନ୍ତ ତୁମେ ଏକ ପବିତ୍ର ଦୀପ ଭଳି ଆମ ଜୀବନରେ ଆଲୋକ ଭରି ଦେଇଛ। ଯାହା ସବୁବେଳେ ଆମ ଭିତରେ ରହିବ। ଦୁନିଆ କେବେ ତୁମକୁ ଭୁଲିବ ନାହିଁ। ତୁମେ ଲକ୍ଷ ଲକ୍ଷ ଆଉଟସାଉଡରଙ୍କୁ ସବୁବେଳେ ପ୍ରେରଣା ଯୋଗାଇବ। ଯିଏ ସ୍ବପ୍ନ ଦେଖିବାର ସାହାସ କରୁଛନ୍ତି। ପ୍ରିୟ ସୁଶାନ୍ତ ତୁମେ ଆମ ହୃଦୟରେ ଜୀବିତ ରହିବ।’

ଖାଲି ଏତିକି ନୁହେଁ ପୋଷ୍ଟ ସହ ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ଲେଖାଯାଇଛି, ‘ଆମେ ଆପଣଙ୍କୁ ବହୁତ ପ୍ରେମ କରୁଛୁ ସୁଶାନ୍ତ।’

ABOUT THE AUTHOR

...view details