ଓଡିଶା

odisha

ETV Bharat / sitara

50 ସିମ କାର୍ଡ ବଦଳାଇଥିଲେ ସୁଶାନ୍ତ, ଶେଖରଙ୍କ ଖୁଲାସା

ଶେଖର ସୁମନ ବର୍ତ୍ତମାନ ଚର୍ଚ୍ଚାରେ । କାହିଁକି ସୁଶାନ୍ତ କିଛି ମାସ ମଧ୍ୟରେ 50ରୁ ଅଧିକ ସିମ କାର୍ଡ ପରିବର୍ତ୍ତନ କରିଥିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jul 1, 2020, 2:20 PM IST

ମୁମ୍ବାଇ: ଫେସମ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ଲୋକପ୍ରିୟ ଅଭିନେତା ଶେଖର ସୁମନ ସିବିଆଇ ଯାଞ୍ଚ କରିବାକୁ କହିଆସୁଛନ୍ତି । ଅନେକ ଲୋକଙ୍କ କହିବା ଅନୁଯାୟୀ ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ କିଛି ରହସ୍ୟ ଲୁଚି ରହିଛି । ନିକଟରେ ଶେଖର, ସୁଶାନ୍ତଙ୍କ ପିତା କେକେ ସିଂଙ୍କ ସହ ସାକ୍ଷାତ କରିବାକୁ ପାଟନାରେ ପହଞ୍ଚିଥିଲେ । ଯାହାପରେ ସେ ପ୍ରେସ କନଫ୍ରେନ୍ସରେ ଯୋଗ ଦେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । ଯାହା ବର୍ତ୍ତମାନ ସନ୍ଦେହ ଘେରରେ ଅଛି । ଆଉ ଏବେ ଶେଖରଙ୍କ ଅନୁଯାୟୀ ମାତ୍ର କିଛି ମାସ ମଧ୍ୟରେ ସୁଶାନ୍ତ ପାଖାପାଖି 50 ସିମ କାର୍ଡ ବଦଳାଇଥିଲେ ।

ପ୍ରେସ କନଫ୍ରେନ୍ସରେ ଶେଖର କହିଥିଲେ ଯେ ସୁଶାନ୍ତଙ୍କ ଘରେ କୌଣସି ଆତ୍ମହତ୍ୟା ନୋଟ ମିଳିନାହିଁ । ଯଦି ମିଳିଥାଆନ୍ତା ତେବେ ଏହା ଓପନ ଏବଂ ସଟ କେସ ହୋଇଯାଇଥାଆନ୍ତା । ସେହି ସମୟରେ ଏହି କେସ ମଧ୍ୟ ଶେଷ ହୋଇଥାଆନ୍ତା । ସୁସାଇଡ ନୋଟ ଛାଡି ନଥିବାରୁ ଅନେକ ଜିନିଷକୁ ନେଇ ପ୍ରଶ୍ନ ସୃଷ୍ଟି ହେଉଛି । ଆଉ କଥା ହେଲା ଯେ ସେହି ପୁଅ ଯିଏ ରାତିରେ ପାର୍ଟି କରୁଥିଲା । ଯିଏ ସକାଳୁ ଉଠି ପ୍ଲେ ଷ୍ଟେସନରେ ଥିଲେ, ଯିଏ ଗୋଟିଏ ଗ୍ଲାସ ଜୁସ ମାଗୁଛନ୍ତି, ଆସି ବସିଛନ୍ତି । ତାଙ୍କ ମନରେ ଏମିତି ହଠାତ୍ କଣ ଆସିଲା ଯେ ସେ ଭାବିଲା ଚାଲ ଏବେ ଉଠିକି ସୁସାଇଡ କରିବା ।

ଏମିତି କେଉଁ କାରଣ ପାଇଁ ସୁଶାନ୍ତ କିଛି ମାସ ମଧ୍ୟରେ 50 ସିମ କାର୍ଡ ବଦଳାଇଥିଲେ । ଜଣେ ଅଭିନେତା ସେହି ସମୟରେ ସିମ କାର୍ଡ ବଦଳାଇ ଯେବେ ତାଙ୍କୁ କାହାରି ଡର ଥାଏ । ନହେଲେ ଧମକ ମିଳୁଥିଲେ ଜଣେ ସିମ କାର୍ଡ ପରିବର୍ତ୍ତନ କରେ ବୋଲି କହିଥିଲେ ଶେଖର । ଖାଲି ଏତିକି ନୁହେଁ ଶେଖର, ସୁଶାନ୍ତଙ୍କ ବେକରେ ଥିବା ଫାଶି ଦାଗ ବିଷୟରେ କହିଥିଲେ ଯଦି ସେ ଫାଶି ଲଗାଇଥାଆନ୍ତେ ତେବେ ତାଙ୍କ ବେକରେ ଆଉ ବଡ ଦାଗ ହୋଇଥାଆନ୍ତା ।

ABOUT THE AUTHOR

...view details