ମୁମ୍ବାଇ: କିଛି ମାସରୁ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା ଚଳାଇଛନ୍ତି ଅଭିନେତା ଶେଖର ସୁମନ । ସେ ପ୍ରାୟତଃ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଏହି ଅଭିଯାନରେ ସାମିଲ କରୁଥିବାର ନଜର ଆସନ୍ତି । ହେଲେ ଏଥର ସେ ତାଙ୍କ ମୃତ୍ୟୁ ମାମଲା ବନ୍ଦ କରିବାକୁ ଡିଜିଟାଲ ପ୍ଲାଟଫର୍ମରେ ଦାବି କରିଛନ୍ତି । ତାଙ୍କ ଅନୁଯାୟୀ ବର୍ତ୍ତମାନ ଏହି ମାମଲା ବନ୍ଦ ହେବା ଆବଶ୍ୟକ ଅଛି, କାରଣ ସୁଶାନ୍ତଙ୍କ ମୃତ୍ୟୁକୁ 6 ମାସ ବିତିଗଲାଣି ଏବଂ ଏପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରି ନାହିଁ ।
ସେ ଟ୍ବିଟ କରି ଲେଖିଥିଲେ, ‘ଆସନ୍ତାକାଲି ଏସଆରଏସ ଏହି ଜଗତ ଛାଡିବାର ଠିକ୍ ଛଅ ମାସ ହେବ ଏବଂ ତଥାପି ଆମେ ଚୂଡ଼ାନ୍ତ ରାୟକୁ ଅପେକ୍ଷା କରିଛୁ । ଦୋଷୀ କିଏ ? ଆଉ କାହିଁକି ଆମେ ସମସ୍ତେ ନ୍ୟାୟ ପାଇଁ କାନ୍ଦୁଛୁ ? କୌଣସି ଆଶା ବାକି ଅଛି କି ? ଆସନ୍ତାକାଲି ଆସନ୍ତୁ ପ୍ରତ୍ୟେକ ମିଳିତ ଭାବରେ ଆମର ସ୍ବର ଉତ୍ତୋଳନ କରିବା । ଆସନ୍ତାକାଲି ସୁଶାନ୍ତଙ୍କ ମୃତ୍ୟୁ ମାମଲାର ପୁନର୍ବିଚାର କରିବା ଏବଂ ନ୍ୟାୟ ଦାବି ପାଇଁ ସମସ୍ତ ନ୍ୟୁଜ୍ ଚ୍ୟାନେଲ, ପ୍ରିଣ୍ଟ ମିଡିଆ ଏବଂ ସୋସିଆଲ ମିଡିଆ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଏହା ଏକ ଆବେଦନ, କାରଣ ନ୍ୟାୟ ବିଳମ୍ବ ହୋଇଛି । ଛଅ ମାସ ବିତିଯାଇଥିବାରୁ ମାମଲା ବନ୍ଦ ହେବା ଆବଶ୍ୟକ ଅଛି ।’