ଓଡିଶା

odisha

ଶାହିଦଙ୍କୁ ମୀରାଙ୍କ ରୋମାଣ୍ଟିକ କିସ୍, ଭାଇରାଲ ଫଟୋ

By

Published : Feb 27, 2021, 7:21 AM IST

ପୁଣିଥରେ ବି-ଟାଉନର ବେଷ୍ଟ କପଲ ଶାହିଦ ଓ ମୀରାଙ୍କ ଫଟୋ ସୋସିଆଲ ମିଡିଆରେ ଘୁରିବୁଲୁଛି । ରୋମାଣ୍ଟିକ ଅନ୍ଦାଜରେ ଏହି ଯୋଡି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ବଲିଉଡର ଫେମସ କପଲ ମଧ୍ୟରେ ଅନ୍ୟତମ ଶାହିଦ କପୁର ଓ ମୀରା ରାଜପୁତ । ଏହି ଯୋଡିଙ୍କ ଫ୍ୟାନ୍ସ ଫଲୋଇଂ ଆକାଶ ଛୁଆଁ । ଯେବେ ମଧ୍ୟ ଦୁଇଜଣଙ୍କ ଫଟୋ କିମ୍ବା ଭିଡିଓ ସାମ୍ନାକୁ ଆସି ତେବେ ସଙ୍ଗେ ସଙ୍ଗେ ଭାଇରାଲ ହୋଇଯାଏ । ପୁଣି ଶୁକ୍ରବାର ଏମିତି କିଛି ଦେଖିବାକୁ ମିଳୁଛି । ରୋମାଣ୍ଟିକ ଅନ୍ଦାଜରେ ଶାହିଦଙ୍କ ସହ ନଜର ଆସିଲେ ମୀରା ।

ତେବେ କଥାଟି ହେଲା ଯେ ଶାହିଦ ଶୁକ୍ରବାର ଇନଷ୍ଟାଗ୍ରାମରେ ମୀରାଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ମୀରା ରୋମାଣ୍ଟିକ ଅନ୍ଦାଜରେ ଶାହିଦଙ୍କ ଗାଲରେ କିସ୍ କରୁଥିବାର ନଜର ଆସୁଛନ୍ତି । ଏହାକୁ ସେୟାର କରି କ୍ୟାପସନରେ ଶାହିଦ ଲେଖିଥିଲେ, ‘ଫିଲିଂ ଦ ଲଭ ।’

ସେପଟେ ଫ୍ୟାନ୍ସ ଦୁଇଜଣଙ୍କ ଏହି ଫଟୋରେ ମଜାଦାର କମେଣ୍ଟ କରିବା ସହ ଶାହିଦଙ୍କୁ ବର୍ଥଡେ ୱିଶ ମଧ୍ୟ ଜଣାଉଛନ୍ତି । କାରଣ ଗତ 25 ତାରିଖରେ ଶାହିଦଙ୍କ 40ତମ ଜନ୍ମଦିନ ଥିଲା ।

ଯଦି ଶାହିଦଙ୍କ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘ଜର୍ସି’ରେ ନଜର ଆସିବେ । ଏହି ଫିଲ୍ମ ତେଲୁଗୁ ବ୍ଲକବଷ୍ଟର ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ । ପୂର୍ବରୁ ମଧ୍ୟ ଶାହିଦ ତେଲୁଗୁ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀରେ ରିମେକରେ ଅଭିନୟ କରିସାରିଛନ୍ତି । ଯାହା ସୁପରଡୁପର ହିଟ୍ ହୋଇଥିଲା ।

@IANS

ABOUT THE AUTHOR

...view details