ଓଡିଶା

odisha

By

Published : May 27, 2021, 6:59 AM IST

ETV Bharat / sitara

ସଞ୍ଜୁ ବାବାଙ୍କୁ ମିଳିଲା ୟୁଏଇର ଗୋଲଡେନ ଭିସା, କୃତଜ୍ଞତା ଜଣାଇଲେ ଅଭିନେତା

ସଞ୍ଜୟ ଦତ୍ତଙ୍କୁ ନେଇ ସାମ୍ନାକୁ ଆସିଲା ନୂଆ ଖବର । ୟୁଏଇର ଗୋଲଡେନ ଭିସା ପାଇ ତାଙ୍କ ଖୁସି ନକହିଲେ ସରେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଞ୍ଜୟ ଦତ୍ତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଞ୍ଜୟ ଦତ୍ତ

ମୁମ୍ବାଇ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗୋଲଡେନ ଭିସା ପାଇଥିବାରୁ ଅଭିନେତା ସଞ୍ଜୟ ଦତ୍ତ ବୁଧବାର ୟୁଏଇ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସୂଚନା ସେୟାର କରି ସଞ୍ଜୟ କହିଛନ୍ତି ଯେ ଏକ ସମ୍ମାନଜନକ ଭିସା ପାଇବା ଗୌରବର ବିଷୟ।

ସେହିପରି ସେ କୃତଜ୍ଞ ଜଣାଇ କହିଛନ୍ତି, ‘ଗତ ଏକ ବର୍ଷ ମଧ୍ୟରେ ଦୁବାଇ ମୋ ପରିବାର ପାଇଁ ଏକ ଘର ପାଲଟିଛି । ୟୁଏଇ ସରକାରଙ୍କୁ ମୁଁ ଏଥିପାଇଁ କୃତଜ୍ଞ ଜଣାଉଛି। ନେତାଙ୍କ ଦ୍ବାରା ଗୋଲଡେନ ଭିସା ପଦକ୍ଷେପ ପ୍ରକୃତରେ ଦୂରଦୃଷ୍ଟି ସମ୍ପନ୍ନ । ଏହା ଦେଶକୁ ଏକ ନିବେଶକ-ଅନୁକୂଳ ରାଷ୍ଟ୍ର ଭାବରେ ବଢିବାରେ ସାହାଯ୍ୟ କରିଛି ଏବଂ ମୁଁ ନିଶ୍ଚିତ ଯେ ଏହା ଆଗାମୀ ବର୍ଷରେ ମଧ୍ୟ ଜାରି ରହିବ । ଯେତେବେଳେ ସେମାନେ ଆବଶ୍ୟକ କରିବେ, ମୁଁ ଦେଶକୁ ସାହାଯ୍ୟ କରିବାକୁ ପ୍ରତିଜ୍ଞା କରୁଛି । କାରଣ ମଣିଷ ଭାବରେ ଆମର ପ୍ରକୃତ ଉଦ୍ଦେଶ୍ୟ ହେଉଛି ପରସ୍ପରକୁ ବଢିବାରେ ସାହାଯ୍ୟ କରିବା ’

61 ବର୍ଷୀୟ ଅଭିନେତା ସୋସିଆଲ ମିଡିଆରେ ଏହି ଖବର ସେୟାର କରିବା ସହ ପ୍ରଶଂସକଙ୍କୁ ଏହାର ସୂଚନା ଦେଇଛନ୍ତି । ଏହାସହ ସଞ୍ଜୟ ତାଙ୍କ ଫଟୋ ମଧ୍ୟ ପୋଷ୍ଟ କରି ଲେଖିଛନ୍ତି, ‘ହ୍ୟାସଟ୍ୟାଗ GDRFAubaiର ମହାନିର୍ଦ୍ଦେଶକ ମେଜର ଜେନେରାଲ ମହମ୍ମଦ ଅହମ୍ମଦ ଅଲ ର୍ମିଙ୍କ ଉପସ୍ଥିତିରେ ୟୁଏଇ ଗୋଲଡେନ ଭିସା ମତେ ଦିଆଯାଇଛି ।’

ABOUT THE AUTHOR

...view details