ଓଡିଶା

odisha

By

Published : Aug 10, 2020, 6:43 PM IST

ETV Bharat / sitara

ସୁସ୍ଥ ହୋଇ ଘରକୁ ଫେରିଲେ ମୁନ୍ନା ଭାଇ

ରବିବାର ହଠାତ୍ ଅସୁସ୍ଥ ହୋଇପଡିଥିଲେ ସଞ୍ଜୟ । ହେଲେ ଏବେ ତାଙ୍କୁ ହସ୍ପିଟାଲରୁ ମିଳିଯାଇଛି ଛୁଟି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ବି-ଟାଉନର ସଞ୍ଜୁ ବାବା ସଞ୍ଜୟ ଦତ୍ତ ରବିବାର ଅସୁସ୍ଥ ହେବାରୁ ତାଙ୍କୁ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯାହାକୁ ନେଇ ନିରାଶ ହୋଇପଡିଥିଲେ ତାଙ୍କ ଫ୍ୟାନ୍ସ । ଏବେ ସାମ୍ନାକୁ ଆସିଛି ଗୁଡନ୍ୟୁଜ। କାରଣ ସେ ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।

ରବିବାର ହଠାତ୍ 61 ବର୍ଷିୟ ସଞ୍ଜୟ ନିଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ଅନୁଭବ କରିଥିଲେ । ଯାହାପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେହିପରି ତାଙ୍କ କୋରୋନା ଟେଷ୍ଟ ମଧ୍ୟ କରାଯାଇଥିଲା । ଆଉ ତାଙ୍କ ରିପୋର୍ଟ ନେଗେଟିଭ ବାହାରିଛି ।

ପ୍ରକାଶ ଥାଉକି ହସ୍ପିଟାଲରେ ଭର୍ତ୍ତି ହେବା ପରେ ସଞ୍ଜୟ ଏକ ଟ୍ବିଟ କରି ସମସ୍ତଙ୍କୁ ଜଣାଇଥିଲେ ସେ ଠିକ୍ ଅଛନ୍ତି ବୋଲି । ସେ ଟ୍ବିଟ କରିଥିଲେ, ‘ଏବେ ମୁଁ ମେଡିକାଲ ଚିକିତ୍ସାରେ ଅଛି । ଆଉ ମୋ କୋଭିଡ-19 ଟେଷ୍ଟ ନେଗେଟିଭ ଆସିଛି । ଲିଲାବତୀ ହସ୍ପିଟାଲର ଡାକ୍ତର, ନର୍ସ ଓ ଷ୍ଟାଫ ମୋର ସେବା ଭଲ ରୂପେ କରୁଛନ୍ତି । ମୁଁ ଦିନେ କିମ୍ବା ଦୁଇଦିନ ମଧ୍ୟରେ ଘରକୁ ଫେରିବି । ଆପଣଙ୍କ ଆଶିର୍ବାଦ ପାଇଁ ଧନ୍ୟବାଦ।’

ABOUT THE AUTHOR

...view details