ମୁମ୍ବାଇ: ଗତ କିଛି ମାସ ହେବ କୋରୋନା ଭାଇରସ ପୁରା ବିଶ୍ବରେ ଚିନ୍ତାର ବିଷୟ ପାଲଟିଛି। ଏହି ଭାଇରସରେ ଏଯାବତ ଲକ୍ଷରୁ ଅଧିକ ପ୍ରଭାବିତ ହୋଇସାରିଲେଣି । ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଅନ୍ୟ ଦେଶ ସହ ଭାରତକୁ ଲକଡାଉନା କରାଯାଇଛି। ପିଏମ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ 21 ଦିନ ପର୍ଯ୍ୟନ୍ତ ଘରେ ରହିବାକୁ ଅପିଲ କରିଛନ୍ତି । ଇତିମଧ୍ୟରେ ଲୋକଙ୍କ ବ୍ୟବହାର ଦେଖି ଦେଶରେ ଏମର୍ଜେନ୍ସୀ ଲଗାଇବାକୁ କହିଛନ୍ତି ବିଶିଷ୍ଟ ଅଭିନେତା ଋଷି କପୁର।
ଦେଶରେ ଏମର୍ଜେନ୍ସି ଲଗାଇବାକୁ ଅପିଲ କଲେ ଋଷି - ଅଭିନେତା ଋଷି କପୁରଙ୍କ ନୂଆ ଟ୍ବିଟ
ପୁଣି ଟ୍ବିଟ କରି ଚର୍ଚ୍ଚାରେ ଅଭିନେତା ଋଷି କପୁର। ଲକଡାଉନ ସମୟରେ ଲୋକ ବାହାରକୁ ବାହାରିବା ନ୍ୟୁଜ ଦେଖି କ୍ରୋଧ ସମ୍ଭାଳି ନପାରି କହିଲେ ଏମିତି କିଛି।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଋଷିଙ୍କ ଅନୁଯାୟୀ ଲୋକ ସରକାରଙ୍କ ପରାର୍ମଶକୁ ଅଣଦେଖା କରି ବାହାରକୁ ବାହାରୁଛନ୍ତି। ଲୋକଙ୍କ ଏହି କାର୍ଯ୍ୟ କେବଳ ତାଙ୍କ ପାଇଁ ନୁହେଁ ବରଂ ଅନ୍ୟ ଲୋକଙ୍କୁ ବିପଦରେ ପକାଉଛି।
ଏହାକୁ ଆଧାର କରି ସେ ଟ୍ବିଟରେ ଲେଖିଛନ୍ତି, ‘ମୋ ସ୍ନେହର ଭାରତବାସୀ, ଆମକୁ ଏମର୍ଜେନ୍ସୀ ଲଗାଇବା କଥା। ଟିକି ଦେଖନ୍ତୁ ପୁରା ଦେଶରେ କଣ ଚାଲିଛି। ଲୋକ ପୋଲିସ ଓ ମେଡିକାଲ ଷ୍ଟାଫଙ୍କୁ ପିଟିବାରେ ଲାଗିଛନ୍ତି। ଟିଭିରେ ଏପରି ନ୍ୟୁଜ ଦେଖିବାକୁ ମିଳୁଛି। ବର୍ତ୍ତମାନ ଏହି ସ୍ଥିତିକୁ ନିୟନ୍ତ୍ରଣ କରିବାର ଅନ୍ୟ କୌଣସି ଉପାୟ ନାହିଁ। ଭୟ ବଢିବାରେ ଲାଗିଛି।’