ଓଡିଶା

odisha

ETV Bharat / sitara

ସୋନୁଙ୍କ ପରେ ରଣବୀରଙ୍କ ସାହାଯ୍ୟ ଲୋଡିଲେ ପ୍ରବାସୀ - ରଣବୀର ଟ୍ବିଟ ଜରିଆରେ ଖୁଲାସା କଲେ

ରଣବୀର ଟ୍ବିଟ ଜରିଆରେ ଖୁଲାସା କଲେ ଯେ ଅନେକ ଲୋକ ତାଙ୍କୁ କଲ କରି ସାହାଯ୍ୟ ମାଗୁଛନ୍ତି । ଏହାସହ ସେ ସମସ୍ତଙ୍କୁ ଅପିଲ ମଧ୍ୟ କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସୌରୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସୌରୀ

By

Published : Jun 12, 2020, 7:32 PM IST

ମୁମ୍ବାଇ: ଲକଡାଉନର ଅଧିକା ପ୍ରଭାବ ପ୍ରବାସୀ ଶ୍ରମିକ, ଦିମ ମଜୁରିଆ ଓ ଛାତ୍ରଛାତ୍ରୀଙ୍କ ଉପରେ ପଡିଥିଲା । କାରଣ ଏମାନେ ଭିନ୍ନ ଭନ୍ନ ରାଜ୍ୟରେ ଫସିଯାଇଥିଲେ । ଏମାନଙ୍କୁ ସୁରକ୍ଷିତ ଘରେ ପହଞ୍ଚାଇବାରେ ଅନେକ ସେଲିବ୍ରିଟି ସହଯୋଗ କରୁଛନ୍ତି । ଏପରି ମହାନ କାର୍ଯ୍ୟ କରି ଆଜି ସବୁ ମହଲରୁ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ । ଇତିମଧ୍ୟରେ ଚର୍ଚ୍ଚାରେ ଆସିଛିନ୍ତି ଫେମସ ଆକ୍ଟର ରଣବୀର ସୌରୀ । ବର୍ତ୍ତମାନ ତାଙ୍କ ସାହାଯ୍ୟ ଲୋଡୁଛନ୍ତି କିଛି ଲୋକ । ଯାହାର ଖୁଲାସା ସେ ସୋସିଆଲ ମିଡିଆରେ କରିଛନ୍ତି ।

ସେ ଟ୍ବିଟ କରି ଲେଖିଛନ୍ତି, ‘ସ୍ଥିତି କେତେ ଖରାପ ହୋଇଯାଇଛି । କୋରୋନା ପାଇଁ ଏବେ ତାଙ୍କ ପାଖକୁ ଅନେକ ଲୋକଙ୍କ କଲ, ମେସେଜ ମଧ୍ୟ ଆସିବାରେ ଲାଗିଛି । ଭାବନ୍ତୁ ସେହି ଲୋକଙ୍କ ପାଇଁ ଏହା କେତେ କଷ୍ଟଦାୟକ ସମୟ କି ସେମାନେ ଜାଣିନାହାଁନ୍ତି କାହାକୁ କଲ କରୁଛନ୍ତି ସାହାଯ୍ୟ ମାଗୁଛନ୍ତି । ଭଗବାନ ସମସ୍ତଙ୍କୁ ସାହାଯ୍ୟ କରନ୍ତୁ ।’

ଏହାବ୍ୟତୀତ ସେ ଆଉ ଏକ ଟ୍ବିଟରେ ସମସ୍ତଙ୍କୁ ଅପିଲ କରିଛନ୍ତି ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ । ସେ ଲେଖିଛନ୍ତି, ‘ରାଜନୈତିକ ଦଳ ଓ ଟ୍ରୋଲର୍ସ ଦୟା କରି ନୋଟ କରନ୍ତୁ ଯେ କୋରୋନାର ଏହି ସ୍ଥିତି ଅସାଧାରଣ ବିପର୍ଯ୍ୟୟ । ସଙ୍କଟର ଏହି ମୂହୁର୍ତ୍ତରେ ରାଜନୀତି ନକରି ସମସ୍ତଙ୍କୁ ସାହାଯ୍ୟ କରନ୍ତୁ ।’

ABOUT THE AUTHOR

...view details