ଓଡିଶା

odisha

ETV Bharat / sitara

ନିକ୍ ଙ୍କର ୱାର୍କଆଉଟ୍ ଭିଡିଓରେ ରଣଭୀରଙ୍କ ମଜାଦାର କମେଣ୍ଟ - nick-jonas-for-sharing-workout-video

ନିକଟରେ ନିକ ସୋସିଆଲ ମିଡିଆରେ ନିଜର ଏକ ୱାର୍କଆଉଟ୍ ଭିଡିଓ ସେୟାର କରିଥିଲେ । ଏହି ସମୟରେ ତାଙ୍କର ଏହି ଭିଡିଓରେ ରଣଭୀର ଏକ ମଜାଳିଆ ମନ୍ତବ୍ୟ ଦେଇଛନ୍ତି ଏବଂ ନିକଙ୍କୁ ଜିଜୁ ବୋଲି ମଧ୍ୟ କହିଛନ୍ତି । ଅଧିକ ପଢନ୍ତୁ...

actor-ranveer-singh-teases-priyanka-chopra-husband-nick-jonas-for-sharing-workout-video-said-jiju-dolle-sholle
ନିକ୍ ଙ୍କର ୱାର୍କଆଉଟ୍ ଭିଡିଓରେ ରଣଭୀରଙ୍କ ମଜାଦାର କମେଣ୍ଟ

By

Published : Feb 3, 2021, 10:15 PM IST

ନୂଆଦିଲ୍ଲୀ: ଅଭିନେତା ରଣଭୀର ସିଂଙ୍କ ଫିଲ୍ମ 'ବାଜିରାଓ ମସ୍ତାନୀ'ର କୋ-ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ସହ ଏକ ଭଲ ସଂପର୍କ ଅଛି । ତାଙ୍କର ପ୍ରିୟଙ୍କାଙ୍କ ସ୍ବାମୀ ନିକ ଜୋନାସଙ୍କ ସହ ମଧ୍ୟ ବହୁତ ଭଲ ବନ୍ଧୁତ୍ବ ଅଛି ।

ନିକଟରେ ନିକ ସୋସିଆଲ ମିଡିଆରେ ନିଜର ଏକ ୱାର୍କଆଉଟ୍ ଭିଡିଓ ସେୟାର କରିଥିଲେ ।

କ୍ୟାପସନରେ ନିକ ଲେଖିଛନ୍ତି, ଲେଟସ୍ ଗେଟ ଇଟ । ତାଙ୍କ ଏହି ଭିଡିଓରେ ରଣଭୀର ଏକ ମଜାଳିଆ ମନ୍ତବ୍ୟ ଦେଇଛନ୍ତି ଏବଂ ନିକଙ୍କୁ ଜିଜୁ ବୋଲି ମଧ୍ୟ କହିଛନ୍ତି ।

ଭିଡିଓରେ ଡମ୍ବଲ୍ସ ସହିତ ନିକ ବାଇସେପ୍ସ ଦେଖାଉଥିବାର ଦେଖିବାକୁ ମିଳିଛି । ଏହି ଭିଡିଓରେ ନିକଙ୍କ ପ୍ରଶଂସକମାନେ ତାଙ୍କ ଫିଟନେସକୁ ପ୍ରଶଂସା କରୁଛନ୍ତି ।

ଏହି ସମୟରେ ରଣଭୀର ନିକଙ୍କ ଭିଡିଓରେ କମେଣ୍ଟ ଦେଇ ଲେଖିଛନ୍ତି, ଓହୋ... ଜିଜୁ, ଡୋଲେ-ଶୋଲେ । ଏହି ମନ୍ତବ୍ୟରେ ରଣଭୀର ଏକ ବାଇସେପ୍ସ ଇମୋଜି ମଧ୍ୟ ସେୟାର କରିଛନ୍ତି ।

ପ୍ରକାଶ ଥାଉ ଯେ, ଏହାପୂର୍ବରୁ ନିକ ରଣଭୀରଙ୍କ ଏକ ପୋଷ୍ଟରେ ମଧ୍ୟ କମେଣ୍ଟ ଦେଇଥିଲେ ।

ABOUT THE AUTHOR

...view details