ମୁମ୍ବାଇ: ବଲିଉଡ ଖିଲଜି ରଣଭୀର ସିଂଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ । ତାଙ୍କ ହାତରେ ଲାଗିଲା ଆଉ ଏକ ଦମଦାର ଫିଲ୍ମ । ସେ ଖୁବଶୀଘ୍ର ତାମିଲ ବ୍ଲକବଷ୍ଟର ‘ଆନିୟାନ’ର ହିନ୍ଦୀ ରିମେକରେ ନଜର ଆସିବେ । ଯାହାକୁ ନେଇ ଚର୍ଚ୍ଚା । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ନିର୍ମାତା ଶଙ୍କର । ଯିଏ ତାମିଲ ଫିଲ୍ମରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ।
2005ରେ ଆସିଥିବା ଏହି ସାଇକୋଲୋଜିକାଲ ଆକ୍ସନ୍ ଥ୍ରୀଲରରେ ସାଉଥ୍ ଷ୍ଟାର ବିକ୍ରମଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା । ଫିଲ୍ମର କାହାଣୀ ଜଣେ ବ୍ୟକ୍ତିର ଏକାଧିକ ବ୍ୟକ୍ତିତ୍ବକୁ ନେଇ ଆଧାରିତ । ସେହିପରି ଏହାର ହିନ୍ଦୀ ରିମେକ ପେନ୍ ଇଣ୍ଡିଆ ଦ୍ବାରା ପେନ ଷ୍ଟୁଡିଓର ଜୟନ୍ତୀଲାଲ ଗଡା ନିର୍ମାଣ କରିବେ ।