ଓଡିଶା

odisha

By

Published : Jul 24, 2020, 7:58 PM IST

ETV Bharat / sitara

ସଚ୍ଚୋଟତାକୁ ନେଇ ରଣଦୀପଙ୍କ ପ୍ରଶ୍ନ

ସାମାଜିକ ପ୍ରସଙ୍ଗ ଉପରେ ରଣଦୀପଙ୍କ ଜବରଦସ୍ତ ପ୍ରତିକ୍ରିୟା । ମଧ୍ୟପ୍ରଦେଶରେ ହୋଇଥିବା ବନ ବିଭାଗ ଅଧିକାରୀଙ୍କ ଟ୍ରାନ୍ସଫର୍ମରେ ରାଗିଲେ ସେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣଦୀପ ହୁଡ୍ଡା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣଦୀପ ହୁଡ୍ଡା

ମୁମ୍ବାଇ: ବଲିଉଡ ସେଲିବ୍ରିଟି ପ୍ରାୟତଃ ସାମାଜିକ-ରାଜନୈତିକ ପ୍ରସଙ୍ଗ ଉପରେ ନିଜ ନିଜ ପ୍ରତିକ୍ରିୟା ଦେଉଥିବାର ନଜର ଆସନ୍ତି। ସୋସିଆଲ ମିଡିଆରେ ଦେଶର ଅନେକ ପ୍ରସଙ୍ଗ ଉପରେ ବୟାନ ଦେଇ ଚର୍ଚ୍ଚାରେ ରୁହନ୍ତି ସେଲିବ୍ରିଟି। ଏହି କ୍ରମରେ ସାମିଲ ଅଛି ରଣଦୀପ ହୁଡ୍ଡାଙ୍କ ନାମ। ଏବେ ସେ ମଧ୍ୟପ୍ରଦେଶର ଜଣେ ବନ ବିଭାଗ ଅଧିକାରୀଙ୍କ ଟ୍ରାନ୍ସଫର ମାମଲାରେ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ସେ ଟ୍ବିଟରରେ ଏକ ଖବରକାଜରେ ପ୍ରକାଶିତ ହୋଇଥିବା ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଲେଖାଯାଇଛି ଯେ ଜଣେ ବିଧାୟକଙ୍କ ଅଭିଯୋଗରେ ମଧ୍ୟପ୍ରଦେଶର ବନ ଅଧିକାରୀଙ୍କ ଟ୍ରାନ୍ସଫର ହୋଇଛି।

ଏହାକୁ ସେୟାର କରି ରଣଦୀପ ଲେଖିଛନ୍ତି, ‘ଯଦି କାହାକୁ ସଚ୍ଚୋଟତା ସହ କାମ କରିବାକୁ ଏମିତି ଦଣ୍ଡ ମିଳିଛୁ ତେବେ କାହିଁକି କିଏ ଠିକ୍‌ରେ କାମ କରିବ। ବନ ଅଧିକାରୀ ତିଲକ ସିଂ ମଧ୍ୟପ୍ରଦେଶ ଜଙ୍ଗଲରେ ହେଉଥିବା ବେଆଇନ କାର୍ଯ୍ୟକୁ ପ୍ରତିରୋଧ କରି ନିଜ ଡ୍ୟୁଟି କରୁଥିଲେ । ହେଲେ ତାଙ୍କୁ ବିଧାୟକ ଧର୍ମେନ୍ଦ୍ର ଲୋଧୀଙ୍କ ପକ୍ଷରୁ ଫୋନରେ ଧମକ ମିଳିଲା । ଏବେ ବିଧାୟକଙ୍କ ଅଭିଯୋଗ ପରେ ତାଙ୍କର ଟ୍ରାନ୍ସଫର କରାଯାଇଛି । ନିର୍ଭୟରେ ଦେଶର ସେବା କରିବା ପାଇଁ ଏପରି ପୁରସ୍କାର ମିଳିଛି। ବାଃ’

ପ୍ରକାଶ ଥାଉକି ରଣଦୀପ ଏହି ଟ୍ବିଟକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି।

ABOUT THE AUTHOR

...view details