ଓଡିଶା

odisha

ETV Bharat / sitara

ଫ୍ୟାନ୍ସଙ୍କ ସହ ରଣବୀରଙ୍କ ସେଲ୍ଫି , ଫଟୋ ଭାଇରାଲ - selfie

ରଣବୀର କପୁର ସବୁବେଳେ ନିଜ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ଏହାସହ ସେ ଫ୍ୟାନ୍ସଙ୍କ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ଆସିଥାଆନ୍ତି । ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଫ୍ୟାନ୍ସଙ୍କ ସହ ତାଙ୍କର ଏକ ସେଲ୍ଫି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରଣବୀର କପୁର

By

Published : Apr 23, 2019, 10:22 PM IST

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଇଣ୍ଡଷ୍ଟ୍ରିର ସବୁଠାରୁ ଫେଭରେଟ ଆକ୍ଟର୍ସଙ୍କ ମଧ୍ୟରୁ ଅନ୍ୟତମ । ଏହି କାରଣ ପାଇଁ ତାଙ୍କ ଫ୍ୟାନ ଫଲୋଅର୍ସ ଆକାଶ ଛୁଆଁ । ଏହାସହ ଫଟୋଗ୍ରାଫର୍ସ ମଧ୍ୟ ତାଙ୍କୁ ସବୁ ସ୍ଥାନରେ ଫଲୋ କରୁଥିବାର ନଜର ଆସିଥାଆନ୍ତି । ଇତି ମଧ୍ୟରେ ରଣବୀରଙ୍କ ଏକ ସେଲ୍ଫି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରଣବୀର କପୁର

ଜଣାଇ ଦେଉଛୁ ଯେ, ରଣବୀର ସବୁ ରବିବାର ଫୁଟବଲ ଖେଳିବାକୁ ଯାଆନ୍ତି । ଫ୍ୟାନ୍ସଙ୍କୁ ଏହି କଥା ଜଣାଥିବାରୁ ରଣବୀରଙ୍କ ଅପେକ୍ଷା ଗେଟ ପାଖରେ କରିଥାଆନ୍ତି । ଫ୍ୟାନ୍ସ ତାଙ୍କ ଗୋଟିଏ ଝଲକ ପାଇବା ପାଇଁ ଗତ ରବିବାର ମଧ୍ୟ ଗେଟ ବାହାରେ ଅପେକ୍ଷା କରିଥିଲେ । ରଣବୀର ଫ୍ୟାନ୍ସଙ୍କୁ ଦେଖିବା ମାତ୍ରେ ଗେଟ ପାଖକୁ ଯାଇ ତାଙ୍କ ସହ ସେଲ୍ଫି ଉଠାଇବାରେ ଲାଗି ପଡିଥିଲେ ।

ଏହି ଫଟୋଟି ହେବେ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳୁଛି । ଯଦି ରଣବୀରଙ୍କ ଫିଲ୍ମ ବିଷୟରେ କଥା ହେବା ତେବେ ସେ ଖୁବ୍ ଶୀଘ୍ର ଗର୍ଲଫ୍ରେଣ୍ଡ, ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ସହ 'ବ୍ରହ୍ମାସ୍ତ୍ର' ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ବିଗ-ବି ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରୁଥିବାର ଦେଖାଯିବେ ।

For All Latest Updates

ABOUT THE AUTHOR

...view details